ପହଙ୍ଗା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ତାଲା ପକାଇ ଧାରଣା ଦେଲେ ହିତାଧିକାରୀ । ଜମା ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ।

110

କନକବ୍ୟୁରୋ: ବ୍ୟାଙ୍କରେ ତାଲା ପକାଇ ଧାରଣାରେ ବସିଲେ ହିତାଧିକାରୀ । ଜମା ଟଙ୍କା ଆତ୍ମସାତ ଅଭିଯୋଗରେ କଟକ ପହଙ୍ଗା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ସମ୍ମୁଖରେ ଧାରଣା ଦେଇଥିଲେ ଲୋକେ । ପହଙ୍ଗା ଗ୍ରାମ୍ୟ ବ୍ୟାଙ୍କରେ ୨୦୨୧ ମସିହାରେ ଜନୈକ କର୍ମଚାରୀ ଦ୍ୱାରା ଶତାଧô୍କ ହିତାଧିକାରୀଙ୍କ ଠାରୁ ପ୍ରାୟ କୋଟିଏ ଟଙ୍କାର ଠକେଇ ହୋଇଥିଲା । ଏନେଇ ହିତାଧିକାରୀ ପ୍ରତିବାଦ କରିବା ପରେ କେତେକ ହିତାଧô୍କାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଛି ।

କିନ୍ତୁ ଏବେବି ଆହୁରି କିଛି ହିତାଧିକାରୀଙ୍କ ଟଙ୍କା ମିଳିପାରିନାହିଁ । ଏନେଇ ଜମାକାରୀ ମାନେ ବ୍ୟାଙ୍କର ଉଚ୍ଚ କତୁପକ୍ଷଙ୍କୁ ଜଣାଇବା ପରେ ମଧ୍ୟ ସମସ୍ୟାର ସାମାଧାନ ହେଉନାହିଁ । ଏମିତିକି ସରକାରଙ୍କ ପକ୍ଷରୁ ବିନା ସୁଧାରେ ଦିଆଯାଉଥିବା ୧୦ ଲକ୍ଷ ଟଙ୍କା ମଧ୍ୟ ମଞ୍ଜୁର ହୋଇପାରୁ ନାହିଁ ।

ସମସ୍ୟାର ସମାଧାନ ଦାବିରେ ସିଦେ୍ଧଶ୍ୱର ମହିଳା ଗୋଷ୍ଠୀ ଓ ଚିନ୍ମୟୀ ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ଅନ୍ୟ କେତେକ ହିତାଧô୍କାରୀ ବ୍ୟାଙ୍କରେ ତାଲା ପକାଇ ଧାରଣାରେ ବସିଥିଲେ । ତେବେ ଆସନ୍ତା ୧୦ ତାରିଖ ସୁଦ୍ଧା ଟଙ୍କା ଫେରସ୍ତ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି ହିତାଧିକାରି ।