୭୩ ତମ ସାଧାରଣତନ୍ତ୍ର ଦିବସ : ଦିଲ୍ଲୀ ରାଜପଥରେ ପରେଡ୍ ସମାରୋହ; କରୋନା ଯୋଗୁଁ ଏଥର ନାହାନ୍ତି ବିଦେଶୀ ଅତିଥି

99

କନକ ବ୍ୟୁରୋ : ସାରାଦେଶ ପାଳନ କରୁଛି ୭୩ ତମ ସାଧାରଣତନ୍ତ୍ର ଦିବସ । କୋଭିଡ କଟକଣା ଭିତରେ ସାଧାରଣତନ୍ତ୍ର ଦିବସ ପାଳନ ହେଉଛି । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ରାଜପଥରେ ହେଉଥିବା ପରେଡରେ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ ।

କିନ୍ତୁ କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ କଟକଣା ଭିତରେ ପାଳନ ହେଉଛି । ପାରମ୍ପରିକ ଭାବେ ପ୍ରତିବର୍ଷ ଗଣତନ୍ତ୍ର ଦିବସ ସମାରୋହ ସକାଳ ୧୦ଟାରୁ ଆରମ୍ଭ ହୋଇଥାଏ, କିନ୍ତୁ ଏଥର କୁହୁଡି ଯୋଗୁଁ ସମାରୋହ ସାଢେ ୧୦ଟାରୁ ଆରମ୍ଭ ହୋଇଛି ।

ଏଥର ନୂଆ କ’ଣ ?

– ଦେଶର ୪୮୦ କଳାକାରଙ୍କ ନୃତ୍ୟ ପ୍ରଦର୍ଶନ
– ଦର୍ଶକ ଗ୍ୟାଲେରିରେ ଟିକାର ୨ଟି ଡୋଜ୍ ନେଇଥିବା ବ୍ୟକ୍ତି 
– ୧୫ ବର୍ଷରୁ କମ୍ ବୟସର ପିଲାଙ୍କୁ ନାହିଁ ଅନୁମତି
– କୁହୁଡି ଯୋଗୁଁ ସାଢେ ୧୦ଟାରେ ଆରମ୍ଭ ହେଲା ପରେଡ୍
– ପରେଡରେ ସ୍ଥଳସେନାର ୬ଟି କଂଟିଜେଂଟ ସାମିଲ
– ନୌସେନାର ୯୬ ଯବାନ ଓ ୪ ଅଧିକାରୀ ସାମିଲ
– ବାୟୁସେନାର ୪ଟି କଂଟିଜେଂଟ ଓ ୯୬ ଯବାନ ସାମିଲ
– କରୋନା ଯୋଗୁଁ ଏଥର ନାହାନ୍ତି ବିଦେଶୀ ଅତିଥି
– ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ପ୍ରଜ୍ଞାପନ ମେଢ
– ‘ମାଇଁ ଗଭ’ରେ ପଞ୍ଜିକରଣ କରି ଦେଖିହେବ ପରେଡ୍ ଲାଇଭ
– ଅନଲାଇନ ଦର୍ଶକ ଶ୍ରେଷ୍ଠ ପରେଡ୍ ଦଳ ପାଇଁ କରିବେ ଭୋଟିଂ
– ଜାତୀୟ ଯୁଦ୍ଧ ସ୍ମାରକୀରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ
– ‘ସହିଦୋଁ କେ ଶତ ଶତ ନମନ୍’ କାର୍ଯ୍ୟକ୍ରମର ହେଲା ଶୁଭାରମ୍ଭ
– ୨୯ ଜାନୁଆରୀ ବିଜୟ ଚୌକରେ ହେବ ବିଟିଂ ଦି ରିଟ୍ରିଟ୍
– ପ୍ରଥମଥର ପାଇଁ ପ୍ରଦର୍ଶିତ ହେବ ସ୍ୱଦେଶୀ ଡ୍ରୋନ୍ ଶୋ