୧୦ଟା ୧୮ରେ ଗଣତନ୍ତ୍ର ହୋଇଥିଲା ଦେଶ: ଏମିତି ହୋଇଥିଲା ପ୍ରଥମ ପରେଡ…

147

କନକ ବ୍ୟୁରୋ: ୨୬ ଜାନୁଆରୀ ୧୯୫୦ ମସିହା ସକାଳ ୧୦ଟା ୧୮ରେ ଭାରତ ଗଣତନ୍ତ୍ର ହୋଇଥିଲା । ଏହାର ଠିକ ୬ମିନିଟ ପରେ ଅର୍ଥାତ ୧୦ଟା ୨୪ରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ରାଷ୍ଟ୍ରପତି ପଦ ପାଇଁ ଶପଥ ନେଇଥିଲେ । ତାଙ୍କୁ ସେତେବେଳର ଚିଫ ଜଷ୍ଟିସ ହିରାଲାଲ କନିଆ ଶପଥ ଗ୍ରହଣ କରାଇଥିଲେ । ଏହାପରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ହିନ୍ଦୀ ଓ ଇଂରାଜୀରେ ଭାଷଣ ଦେଇଥିଲେ ।

ବର୍ତ୍ତମାନ ଗଣତନ୍ତ୍ର ଦିବସର ପରେଡ ସକାଳେ ହେଉଛି ହେଲେ ପ୍ରଥମ ପରେଡ ସନ୍ଧ୍ୟାରେ ହୋଇଥିଲା । ଦିନ ୨ଟା ୩୦ ମିନିଟରେ ରାଜେନ୍ଦ୍ର ପ୍ରସାଦ ଘୋଡା ସବାରି ହୋଇ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ । ଏହାପରେ କନ୍ନାଣ୍ଟପ୍ଲେସ ଦେଇ ୩ଟା ୪୫ରେ ନ୍ୟାସନାଲ ଷ୍ଟାଡିୟମରେ ପହଞ୍ଚିଥିଲେ । ସେତେବଳେ ନ୍ୟାସନାଲ ଷ୍ଟାଡିୟମକୁ ଇରବିନ ଷ୍ଟାଡିୟମ କୁହାଯାଉଥିଲା ।

ରାଷ୍ଟ୍ରପତି ଯେଉଁଥିରେ ସବାରି ହୋଇଥିଲେ, ତାହା ୩୫ ବର୍ଷ ପୁରୁଣା ଥିଲା । ସେହି ସବାରିକୁ ୬ ଅଷ୍ଟ୍ରେଲିଆ ଘୋଡା ଟାଣୁଥିଲେ । ପରେଡ ସମୟରେ ୩୧ ତୋପର ସଲାମୀ ଦିଆଯାଇଥିଲା । ୧୯୫୦ ମସିହାରେ ହୋଇଥିବା ଏହି ପ୍ରଥମ ପରେଡରେ ସାଧାରଣ ଲୋକ ବି ସାମିଲ ହୋଇଥିଲେ । ଏଥିରେ ୩ ହଜାର ଯବାନ ଓ ୧୦୦ ବିମାନ ମଧ୍ୟ ସାମିଲ ହୋଇଥିଲା । ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥିର ପରମ୍ପରା ଆରମ୍ଭରୁ ହିଁ ରହିଛି । ପ୍ରଥମ ମୁଖ୍ୟ ଅତିଥି ଭାବେ ସେତେବେଳର ଇଣ୍ଡୋନେସିଆ ରାଷ୍ଟ୍ରପତି ସୁକର୍ଣ୍ଣୋ ବିଶେଷ ଯୋଗ ଦେଇଥିଲେ ।

ଆରମ୍ଭରୁ ୫ ବର୍ଷ ଯାଏଁ ଠିକ ହୋଇନଥିଲା ପରେଡ କେଉଁଠି ହେବ । ୧୫୦ରୁ ୫୪ ଯାଏ କେତେବେଳେ ଇରବିନ ଷ୍ଟାଡିୟମରେ ତ କେତେବେଳେ ଲାଲକିଲା ଆଉ କେତେବେଳେ ରାମଲିଳା ମୈଦାନରେ ପରେଡ ହେଉଥିଲା । ହେଲେ ୧୯୫୫ରେ ନିଷ୍ପତ୍ତି ହୋଇଥିଲା ପରେଡ ରାଜପଥରୁ ବାହାରି ଲାଲକିଲା ଯାଏଁ ଯିବ ।