ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ଗେଲ । ମୋଦୀଙ୍କୁ ନେଇ କିଛି ଏମିତି କହିଲେ… ।

201

କନକ ବ୍ୟୁରୋ : ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ଆଉ ଏଥିପାଇଁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି । ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଭାରତକୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଥିବା ବେଳେ ୟୁନିଭର୍ସ ବସ୍ ତଥା ୱେଷ୍ଟଇଣ୍ଡିଜର ଦୁର୍ଦ୍ଦଷ କ୍ରିକେଟର କ୍ରିସ୍ ଗେଲ ମଧ୍ୟ ଏହି ତାଲିକାରେ ନିଜକୁ ସାମିଲ କରିଛନ୍ତି । ଗେଲ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ସହ ଶୁଭକାମନା ଜଣାଇଛନ୍ତି । ଭାରତରେ କ୍ରିସ୍ ଗେଲଙ୍କର ଅନେକ ପ୍ରଂଶସକ ରହିଛନ୍ତି ଏବଂ ଗେଲଙ୍କର ଏଭଳି ଉଦ୍ୟମକୁ ଏବେ ବେଶ ପ୍ରଂଶସା କରାଯାଉଛି ।

କ୍ରିସ ଗେଲ ଟ୍ୱିଟ୍ କରି ଭାରତବାସୀଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ବ୍ୟକ୍ତିଗତ ସନ୍ଦେଶ ସହ ମୋର ନିଦ ଭାଙ୍ଗିଥିଲା । ଯେଉଁଥିରେ ଭାରତର ଲୋକ ଏବଂ ତାଙ୍କ ସହ ଥିବା ଘନିଷ୍ଠ ସମ୍ପର୍କ ବାବଦରେ ଉଲ୍ଲେଖ ରହିଥିଲା ।

ବିଶ୍ୱ କ୍ରିକେଟରେ ଦୁର୍ଦ୍ଦଷ କ୍ରିକେଟର ଭାବେ ଜଣାଶୁଣା କ୍ରିସ୍ ଗେଲଙ୍କର ଭାରତ ପ୍ରତି ବେଶ ଭଲପାଇବା ରହିଛି । ଆଇପିଏଲ ଖେଳିବା ପରେ ଗେଲଙ୍କର ଭାରତରେ ଯଥେଷ୍ଟ କ୍ରେଜ ବଢିବା ଲକ୍ଷ ଲକ୍ଷ ପ୍ରଂଶସକ ରହିଛନ୍ତି । ଏପରିକି ଆଇପିଏଲରେ ମଜାଳିଆ ଅନ୍ଦାଜ ଭାରତୀୟ କ୍ରିକେଟପ୍ରେମୀଙ୍କ ମନରେ ଗେଲଙ୍କୁ ନେଇ ଯଥେଷ୍ଟ ସମ୍ମାନ ରହିଛି । ୱେଷ୍ଟଇଣ୍ଡିଜ ପକ୍ଷରୁ ଖେଳୁଥିବା ଗେଲ ଟି-୨୦ ବିଶ୍ୱବିଜୟୀ ଟିମର ସଦସ୍ୟ ରହି ସାରିଛନ୍ତି ।