ବ୍ଲାକମେଲ କୁଇନ୍ ଅର୍ଚ୍ଚନା ମାମଲା : ସରିଲା ଖଗେଶ୍ୱରର ରିମାଣ୍ଡ ଅବଧି; ଆଜି କରାଯିବ କୋର୍ଟରେ ହାଜର

119

କନକ ବ୍ୟୁରୋ : ବ୍ଲାକମେଲ କୁଇନ୍ ଅର୍ଚ୍ଚନା ମାମଲାରେ ସରିଲା ଖଗେଶ୍ୱରର ରିମାଣ୍ଡ ଅବଧି । ଆଜି କରାଯିବ କୋର୍ଟରେ ହାଜର । ୧୦ ଦିନିଆ ରିମାଣ୍ଡରେ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ଇଡି । ଆହୁରି କିଛି ତଥ୍ୟ ହାସଲ କରିବାକୁ ଚାହୁଁଛି ଇଡି । ତେଣୁ ଆଜି କୋର୍ଟରେ ହାଜର ପରେ ପୁଣି ଥରେ ରିମାଣ୍ଡ ଆବେଦନ କରାଯାଇପାରେ । ଜଣେ ସାଧାରଣ ସେକେଣ୍ଡ ହ୍ୟାଣ୍ଡ କାର ସୋରୁମ୍ ବେପାରୀ କିପରି କୋଟିପତି ହେଲେ ? କେଉଁଠୁ ଏବେ ସମ୍ପତି ଆଣିଲେ ? ଅର୍ଚ୍ଚନାଙ୍କ ହନିଟ୍ରାପରେ ତାଙ୍କର ସମ୍ପୃକ୍ତି କ’ଣ ?

ଏପରି ଅନେକ ପ୍ରଶ୍ନ ଇଡି ଅଧିକାରୀଙ୍କ ପାଖରେ ରହିଛି । ଯାହାର ଉତ୍ତର ମିଳିପାରିନାହିଁ । ଏ ସବୁର ତଥ୍ୟ ବାହାର କରିବା ପାଇଁ ପୁଣି ଥରେ ରିମାଣ୍ଡରେ ନେଇପାରେ ଇଡି । ସେପଟେ ଅର୍ଚ୍ଚନାଙ୍କ ଏଣ୍ଡେଭର କାରକୁ ନେଇ ଚର୍ଚ୍ଚା ଲାଗି ରହିଛି । କିଏ ଲୁଚାଇଥିଲା ଏଣ୍ଡେଭର କାର ? କାର ଲୁଚାଇଥିବା ଯୁବକଙ୍କ ଅର୍ଚ୍ଚନାଙ୍କ ସହ ସମ୍ପର୍କ କ’ଣ ? ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟରେ ତାଙ୍କର ଲିଙ୍କ କ’ଣ ? ଏପରି ଅନେକ ପ୍ରଶ୍ନର ଉତ୍ତର ଖୋଜିବା ଆରମ୍ଭ କରିଛି ଇଡି । ଯେଉଁ ସ୍ଥାନରୁ କାର ମିଳିଥିଲା, ସେହି ସ୍ଥାନରେ ଯେଉଁ ସିସିଟିଭି ଫୁଟେଜ ଯାଞ୍ଚ କରାଯିବ ।