ଶ୍ରଦ୍ଧା ହତ୍ୟା ଘଟଣାରେ ପୁଲିସ କରୁଛି ତନାଘନା : ଅଭିଯୁକ୍ତ ଅଫତାବର ଆଜି ହୋଇପାରେ ନାର୍କୋ ଟେଷ୍ଟ, ମୁଖ୍ୟ ଅଭିଯୁକ୍ତର ପରିବାର ଫେରାର

90

କନକ ବ୍ୟୁରୋ : ଶ୍ରଦ୍ଧା ମର୍ଡର ସାରା ଦେଶକୁ ଦୋହଲାଇ ଦେଇଛନ୍ତି । ଅଫତାବ ନିଜ ପ୍ରେମିକାକୁ ୩୫ ଖଣ୍ଡରେ କାଟି ରାତି ଅଧିରେ ଜଙ୍ଗଲକୁ ନେଇ ଫିଙ୍ଗୁଥିଲା । ଏଭଳି ଖୁଲାସା ହେବା ପରେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଆଉ ମର୍ଡର କେଶର ପର୍ଦ୍ଦାଫାସ ପାଇଁ ଦିଲ୍ଲୀ ପୁଲିସ ଦିନରାତି ଏକାକାର କରିଦେଇଛି । ଅଲଗା ଅଲଗା ଟିମ ଯାଞ୍ଚରେ ସାମିଲ ହୋଇଛନ୍ତି ।

ଆଜି ଅଫତାବ ନାର୍କୋ ଟେଷ୍ଟ କରାଯିବା ସମ୍ଭାବନା ରହିଛି । ଦିଲ୍ଲୀର ଆମ୍ବେଦକର ହସ୍ପିଟାଲରେ ଏହି ନାର୍କୋ ଟେଷ୍ଟ କରାଯାଇପାରେ । ଏହାର ଭିଡିଓଗ୍ରାଫି କରିବା ପାଇଁ ଫରେନ୍ସିକ୍ ସାଇନ୍ସ ଲାଇବ୍ରେରୀ ଟିମକୁ ଅନୁରୋଧ କରାଯାଇଛି । ଏହି ଟେଷ୍ଟରେ ଅଫତାବକୁ ଅନେକ ପ୍ରଶ୍ନ ପଚରାଯାଇପାରେ ।

– ତୁମେ ଶ୍ରଦ୍ଧା ୱାଲକରଙ୍କୁ ଜାଣିଛ ?
– ସେ ତୁମର ଗାର୍ଲ ଫ୍ରେଣ୍ଡ ଥିଲେ କି ?
– ମୁମ୍ବାଇ ଛାଡିବା ପରେ ତୁମେ କେଉଁଆଡେ ଯାଇଥିଲ?
– କ’ଣ ପାଇଁ ହଠାତ୍ ତୁମେ ଦିଲ୍ଲୀ ଛାଡିଥିଲ ?
– ବହୁ ସମୟରେ ତୁମେ ଝଗଡା ଲାଗ, ତୁମେ ଶ୍ରଦ୍ଧାଙ୍କୁ ମାଡ ମାର କି?
– ତୁମେ ଶ୍ରଦ୍ଧାଙ୍କୁ ମାରିଛ କି?
– କାହିଁକି ତୁମେ ଶ୍ରଦ୍ଧାଙ୍କୁ ହତ୍ୟା କଲ?
– ତୁମେ ଶ୍ରଦ୍ଧାର ଶରୀରକୁ କାଟି ଖଣ୍ଡ ଖଣ୍ଡ କରିଥିଲ କି ?
– କେଉଁଠାରେ ଶ୍ରଦ୍ଧାଙ୍କ ଖଣ୍ଡ ଖଣ୍ଡ ଶରୀରକୁ ପକାଇଛ?
– ଶ୍ରଦ୍ଧାଙ୍କ ଶରୀରକୁ ପକାଇବାକୁ କେତେ ଥର ବାହାରକୁ ଯାଇଛ?
– ତୁମେ ନିଶା ସେବନ କର କି ?
– ହତ୍ୟା କରିବା ଦିନ ତମେ ନିଶା ଖାଇଥିଲ କି ?
– ଶ୍ରଦ୍ଧାଙ୍କ ହତ୍ୟା ପରେ କେତେ ଜଣ ଝିଅଙ୍କ ସହ ଡେଟରେ ଯାଇଛ ?