ବୃଦ୍ଧାଙ୍କୁ ଖାଇଦେଲା ବାଘ ! କୋମନା ବ୍ଲକ ସୋସେଙ୍ଗ ପଞ୍ଚାୟତ ଜଳମଡାଇ ଗାଁର ଘଟଣା

100

କନକ ବ୍ୟୁରୋ : ବୃଦ୍ଧାଙ୍କୁ ଟେକିନେଲା ବାଘ । ଜଣେ ୬୫ ବର୍ଷୀୟା ବୃଦ୍ଧାଙ୍କୁ ଟେକି ନେଇ ଅଧା ଖାଇଦେଇଛି ମହାବଳ ବାଘ । ନୂଆପଡା ଜିଲ୍ଲା କୋମନା ବ୍ଲକ ଜଳମଡାଇ ଗାଁରେ ଘଟିଛି ଏଭଳି ଅଘଟଣ । ଜାଳେଣି ପାଇଁ ରାତିରେ ବାଡିକୁ ଯାଇଥିବା ଥିବା ବେଳେ ବାଘ ଆକ୍ରମଣ କରିଥିଲା । ପରେ ଗ୍ରାମବାସୀ ହୋହାହ୍ଲା କରିବା ପରେ ବାଘ ଅଧା ଶରୀରକୁ ଛାଡି ପଳାଇ ଯାଇଥଲା । ତେବେ ବାଘକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଆତଙ୍କ ଖେଳିଯାଇଛି । ଲୋକେ ଭୟରେ ଘରୁ ବାହାରୁନଥିବା ଦେଖିବାକୁ ମିଳିଛି ।