ଏଚସିଜି ପଣ୍ଡା କର୍କଟ ହସ୍ପିଟାଲରେ ଆୟୋଜିତ ହେଲା ଲାପାରୋସ୍କୋପିକ୍ କଲୋରେକ୍ଟାଲ୍ କର୍କଟ ଶଲ୍ୟ ଚିକିତ୍ସା ପ୍ରଣାଳୀର ସିଧା ପ୍ରସାରଣ କର୍ମଶାଳା ।

138

କନକ ବ୍ୟୁରୋ : କଟକସ୍ଥିତ ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲ ଲାଇଭ ଲାପାରୋସ୍କୋପିକ୍ କଲୋରେକ୍ଟାଲ୍ କର୍କଟ ଶଲ୍ୟ ଚିକିତ୍ସା ପ୍ରଣାଳୀ କର୍ମଶାଳାର ଆୟୋଜନ କରି କଲୋରେକ୍ଟାଲ୍ କ୍ୟାନସରର ବହୁମୁଖୀ ପରିଚାଳନା ସହିତ ସର୍ଜନମାନଙ୍କୁ ନବୀକରଣ କରିବାକୁ ଲକ୍ଷ୍ୟ ରଖିଥିଲା । ମାର୍ଚ୍ଚ ୧୮ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦେଶର ପ୍ରତିଷ୍ଠିତ ଡାକ୍ତରଖାନାର ବରିଷ୍ଠ ସର୍ଜନମାନେ ଉପସ୍ଥିତ ସର୍ବ ଭାରତୀୟ ସ୍ତରର ଶଲ୍ୟ ଚିକିତ୍ସକ ମାନଙ୍କୁ ଏହି ପ୍ରଣାଳୀର ସିଧା ପ୍ରସାରଣ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଏମ୍ସ ଯୋଧପୁରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଏଆଇଏମଏସ୍ ଦାରବଙ୍ଗା, ଡକ୍ଟର ଲଲାଟେନ୍ଦୁ ଷଡ଼ଙ୍ଗୀ, ନିର୍ଦ୍ଦେଶକ ଏ ଏଚ ଆର ସି ସି ଏବଂ ଏଚ୍.ସି.ଜି ପଣ୍ଡା କ୍ୟାନ୍ସର ହସପିଟାଲର ମେଡିକାଲ ଡାଇରେକ୍ଟର କୃପାସିନ୍ଧୁ ପଣ୍ଡା ଉଦଘାଟନ କରିଥିଲେ।

ଏହି ଅବସରରେ ବକ୍ତବ୍ୟ ରଖି ଏଚ୍.ସି.ଜି ପଣ୍ଡା କ୍ୟାନସର ହସ୍ପିଟାଲର ମେଡିକାଲ ଡାଇରେକ୍ଟର କୃପାସିନ୍ଧୁ ପଣ୍ଡା କହିଛନ୍ତି, “ଲାପାରୋସ୍କୋପିକ୍ କ୍ୟାନସର ସର୍ଜରୀ ହେଉଛି ଏକ ଜଟିଳ ପ୍ରଣାଳୀ ଯାହା ରୋଗୀର ଶରୀରରେ କ୍ଷତକୁ କମ୍ କରିଥାଏ। ଏହି ମିନିମଲ୍ ଇନଭାସିବ ଅସ୍ତ୍ରୋପଚାର ମଧ୍ୟ ଅପରେସନ ପରବର୍ତ୍ତୀ ଯନ୍ତ୍ରଣାକୁ ହ୍ରାସ କରିଥାଏ ଏବଂ ଶୀଘ୍ର ଉପଶମ ପ୍ରଦାନ କରିଥାଏ । ଏହି କର୍ମଶାଳା ସର୍ଜନମାନଙ୍କୁ ଏହିପରି ଜଟିଳ ପ୍ରଣାଳୀ କରିବା ପାଇଁ ବହୁମୂଲ୍ୟ ଜ୍ଞାନ କୌଶଳ ପ୍ରଦାନ କରିଥିଲା ଏବଂ ଶେଷରେ ଓଡ଼ିଶାରେ ଏହି ଆଧୁନିକ ପ୍ରଣାଳୀର ଚିକିତ୍ସା ଯୋଗାଇ ଦେବାରେ ସକ୍ଷମ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଓପନ୍ କଲୋରେକ୍ଟାଲ୍ ସର୍ଜରୀ ପରେ ରୋଗୀର ଶରୀରରେ କିଛି ଚିକିତ୍ସା ଜନିତ ଦାଗ ରହି ଯାଇଥାଏ ଏବଂ ଉପଶମରେ ବିଳମ୍ବ କରିଥାଏ। କାର୍ଯ୍ୟକ୍ରମ ପରେ, କର୍ମଶାଳାରେ ଯୋଗ ଦେଇଥିବା ସର୍ଜନମାନେ ଏବଂ ସ୍ନାତକୋତ୍ତର ଛାତ୍ରମାନେ କ୍ୟାନସର ସର୍ଜରୀର ଷ୍ଟଲୱାର୍ଟରୁ ଲାପାରୋସ୍କୋପିକ୍ କଲୋରେକ୍ଟାଲ୍ ସର୍ଜରୀର ପ୍ରଣାଳୀ ଏବଂ କୌଶଳ ଶିଖି ଥିଲେ” ।

ଲାଇଭ୍ ସର୍ଜରୀ ପ୍ରଦର୍ଶନ ସହିତ, ଏହି କର୍ମଶାଳାରେ କଲୋରେକ୍ଟାଲ୍ କ୍ୟାନସରର ବହୁମୁଖୀ ପରିଚାଳନା ସହ ଜଡିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ପ୍ୟାନେଲ୍ ଆଲୋଚନା କରାଯାଇଥିଲା । ଭାରତରେ ମିଳୁଥିବା ସାଧାରଣ କର୍କଟ ମଧ୍ୟରୁ କଲୋରେକ୍ଟାଲ୍ କର୍କଟ ଅନ୍ୟତମ । ପ୍ରତ୍ୟେକ ସର୍ଜନ ଏବଂ କର୍କଟ ବିଶେଷଜ୍ଞଙ୍କୁ ଏହି କର୍କଟ ରୋଗର ପରିଚାଳନା ସହିତ ଭଲଭାବେ ପରିଚିତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜେନେରାଲ୍ ସର୍ଜନ, ଗ୍ୟାଷ୍ଟ୍ରୋସର୍ଜନ, ଲାପାରୋସ୍କୋପିକ୍ ଏବଂ ଅଙ୍କୋ-ସର୍ଜନ ଏବଂ ରେଡିଏସନ୍ ଏବଂ ମେଡିକାଲ୍ ଅଙ୍କୋଲୋଜି ସମେତ ରାଜ୍ୟର ସମସ୍ତ ଅଙ୍କୋଲୋଜିଷ୍ଟଙ୍କ ସମେତ ବିଭିନ୍ନ ମେଡିକାଲ୍ ପ୍ରଫେସନାଲମାନେ ଯୋଗ ଦେଇଥିଲେ।

ଏଚସିଜି ପଣ୍ଡା କର୍କଟ ହସ୍ପିଟାଲର ମୁଖ୍ୟ ପରିଚାଳନା ଅଧିକାରୀ ସାନ୍ତନୁ କୁମାର ଦାସ କହିଛନ୍ତି, “ଏହି କର୍ମଶାଳା ପ୍ରକୃତରେ କଲୋରେକ୍ଟାଲ୍ କର୍କଟ ସର୍ଜରୀ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଅଙ୍କୋଲୋଜିଷ୍ଟମାନଙ୍କୁ ସେମାନଙ୍କ ରୋଗୀଙ୍କୁ ଅତ୍ୟାଧୁନିକ ଶଲ୍ୟ ଚିକିତ୍ସା ଯୋଗାଇବାରେ ଏହିପରି କର୍ମଶାଳା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କର୍ମଶାଳା ଭବିଷ୍ୟତରେ ରୋଗୀ ଏବଂ ଯୁବ ଡାକ୍ତରଙ୍କ କ୍ରମବିକାଶ ପାଇଁ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରେରଣା ଦେଇଛି।

Chief guest:
Dr. Madhabananda Kar, Executive Director of, AIIMS Jodhpur, AIIMS Darbhanga
Guest of honour:
Dr Prafulla Kumar Das, President IASO
Our national faculty:
Dr Ashwin Desouza, Tata Memorial hospital, Mumbai and Dr T Subramanyeshwar Rao, Indo American Hospital, Hyderabad ଙ୍କ ଦ୍ୱାରା ଏବଂ ଏଚସିଜି ପଣ୍ଡା କ୍ୟାନ୍ସର ହସ୍ପିଟାଲ ର ମେଡିକାଲ ଡିରେକଟର ପ୍ରଫେସସର ଡାକ୍ତର କୃପାସିନ୍ଧୁ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ସର୍ଜିକାଲ୍ ଅଙ୍କୋଲୋଜି (IASO) ର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ଦାସଙ୍କ ଦ୍ୱାରା ଉଦଯାପନ ହୋଇଥିଲା । ଆଇଏସଓ ଓଡିଶା ନାମକ ଓଡିଶାର କର୍କଟ ସର୍ଜନମାନଙ୍କର ଏକ ନୂତନ ସଙ୍ଗଠନର ମଧ୍ୟ ଶୁଭାରମ୍ଭ କରାଯାଇଥିଲା।