ଆଞ୍ଚଳିକ ଖବରକାଗଜରେ ରାହୁଲ ଗାନ୍ଧୀଙ୍କ ସମ୍ପାଦକୀୟକୁ ନେଇ ଚର୍ଚ୍ଚା

169

କନକ ବ୍ୟୁରୋ : ଗୋଟିଏ ପଟେ ଦେଶବାସୀ ଶୁଣୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ । ସେପଟେ ଦେଶର ଅନେକ ଆଞ୍ଚଳିକ ଖବର କାଗଜରେ ପ୍ରକାଶ ପାଇଛି ରାହୁଲ ଗାନ୍ଧୀଙ୍କ ସମ୍ପାଦକୀୟ । ଅନାସ୍ଥା ଆଲୋଚନାବେଳେ ସଂସଦରେ ରାହୁଲ ରଖିଥିବା ବକ୍ତବ୍ୟର ଅନୁବାଦ ସମ୍ପାଦକୀୟ ଭାବେ ବିଭିନ୍ନ ଆଞ୍ଚଳିକ ଖବର କାଗଜରେ ସ୍ଥାନ ପାଇଛି । ରାହୁଲ ଦେଶବାସୀଙ୍କୁ କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ତାହା ସମ୍ପାଦକୀୟ ଭାବେ ପ୍ରକାଶ ପାଇଛି । ରାହୁଲ ଏଥିରେ ନିଜ ଭାରତ ଯୋଡ ଯାତ୍ରାର ଅନୁଭୂତି ବଖାଣିଛନ୍ତି ।