୭୭ତମ ସ୍ୱାଧୀନତା ଦିବସ : ନବୀନଙ୍କ ଫାଇଭ-ଟି ବନାମ ମୋଦୀଙ୍କ ଥ୍ରୀ-ଡି

250

କନକ ବ୍ୟୁରୋ : ନବୀନଙ୍କ ଫାଇଭ-ଟି ବନାମ ମୋଦୀଙ୍କ ଥ୍ରୀ-ଡି । ୭୭ତମ ସ୍ୱାଧୀନତା ଦିବସରେ ଦିଲ୍ଲୀର ଲାଲକିଲ୍ଲାରୁ ଥ୍ରୀ-ଡିର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରତିଥର ସ୍ୱାଧୀନତା ଦିବସ ଅଭିଭାଷଣରେ କିଛି ନୂଆ କଥା କହିବା ମୋଦୀଙ୍କ ବାକଚାତୁରୀ । ୨୦୧୪ରେ ମୋଦୀ କ୍ଷମତାକୁ ଆସିବା ପରେ, ପ୍ରଥମ ଥର ଲାଲକିଲ୍ଲାରୁ ସ୍ୱଚ୍ଛତାର କଥା କହିଥିଲେ । ଶୌଚାଳୟ ଭଳି ଛୋଟିଆ କଥାକୁ ଚର୍ଚ୍ଚାର ପରିସରକୁ ଆଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଜନ ଆନ୍ଦୋଳନରେ ପରିଣତ କରିପାରିଥିଲେ ।

ଏବେ ପୁଣି ଦେଶର ଭୌଗୋଳିକ ସ୍ଥିତି, ବିଭିଦତା ଓ ଗଣତନ୍ତ୍ର କେମିତି ୧୪୦କୋଟି ଦେଶବାସୀଙ୍କ ସ୍ୱପ୍ନକୁ ପୂରଣ କରି ପାରିବ ତା ଉପରେ ଗୁରୁତ୍ୱ ଦେଇଛନ୍ତି । ଅନ୍ୟପକ୍ଷରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି, ଫାଇଭ-ଟି ମନ୍ତ୍ର ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ପୂର୍ବ ପାଳିରେ ଥ୍ରୀ-ଟିକୁ ଗୁରୁତ୍ୱ ଦିଆଯାଇଥିଲା । ପଂଚମ ପାଳିରେ ନବୀନ କ୍ଷମତା ବଜାୟ ରଖିବା ପରେ ଟିମୱର୍କ, ଟେକ୍ନୋଲୋଜି ଓ ଟ୍ରାନ୍ସପରାନ୍ସିରେ, ଟ୍ରାନ୍ସଫରମେସନ୍ ଓ ଟାଇମ୍ ଲିମିଟକୁ ଯୋଡି ଦିଆଗଲା । ରାଜ୍ୟ ପ୍ରଶାସନରେ ଏହି ଫାଇଭ–ଟି ପ୍ରକରଣ କିଭଳ ଜନହିତ କରି ପାରୁଛି ତାକୁ ଗୁରୁତ୍ୱ ଦେଇଛନ୍ତି ନବୀନ ।

ନବୀନଙ୍କ ୫-ଟି ବନାମ ମୋଦୀଙ୍କ ୩-ଡି

– ସ୍ୱାଧୀନତା ଦିବସରେ ନବୀନଙ୍କ ମୁହଁରେ ଓଡ଼ିଶାର ବିକାଶ କଥା
– ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରୁ ରାଜ୍ୟବାସୀଙ୍କୁ ଉଦବୋଧନ
– ଓଡ଼ିଶା ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି
– ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ ଭିତ୍ତିଭୂମି ସବୁ କ୍ଷେତ୍ରରେ ରାଜ୍ୟ ଆଗଉଛି
– ୫-ଟି ରୂପାନ୍ତରଣ ନୀତି ନୂଆ ସମ୍ଭାବନା ସୃଷ୍ଟି କରିଛି
– ରାଜ୍ୟର ଧନୀ, ଗରିବ, ମଧ୍ୟମ ବର୍ଗର ଲୋକ ରୂପାନ୍ତରରେ ସାମିଲ ହୋଇଛନ୍ତି
– ଦିଲ୍ଲୀର ଲାଲକିଲ୍ଲାରୁ ୩-ଡି ଉପରେ ମୋଦୀଙ୍କ ଗୁରୁତ୍ୱ
– ଡେମୋକ୍ରାସି, ଡେମୋଗ୍ରାଫି, ଡାଭର୍ସିଟି ଦେଶର ସ୍ୱପ୍ନ ପୂରଣ କରିବ
– ଭୌଗୋଳିକ ସ୍ଥିତି, ବିବିଧତା ଓ ଗଣତନ୍ତ୍ର ଉପରେ ମୋଦୀଙ୍କ ଗୁରତ୍ୱ