ସୌରଶକ୍ତି ବ୍ୟବହାର ପାଇଁ ବସ୍ ‘ଏନର୍ଜି ସ୍ୱରାଜ’ ଦେଉଛି ବାର୍ତ୍ତା । ସୋଲାର ବସ୍ ଭିତରେ ମିଳୁଛିି ଘରର ଅନୁଭୂତି

163

କନକ ବ୍ୟୁରୋ : ସୌର ଶକ୍ତି ବ୍ୟବହାର ପାଇଁ ବାର୍ତ୍ତା ଦେଉଛି ସ୍ୱତନ୍ତ୍ର ବସ୍ ‘ଏନର୍ଜି ସ୍ୱରାଜ’ । ଏହି ସ୍ୱତନ୍ତ୍ର ବସ୍ ଭିତରେ ଗୋଟିଏ ଘରେ ଥିବା ସମ୍ପୂଣ୍ଣ ଘରର ସାମଗ୍ରୀ । ଆଉ ବଡ କଥା ହେଉଛି ସୌରଶକ୍ତି ଦ୍ୱାରା ଏହା ପରିଚାଳିତ ହେଉଛି । ଜଳବାୟୁ ପରିବର୍ତନକୁ ନେଇ ଲୋକଙ୍କୁ ସଚେତନା କରିବା ସହ ଶକ୍ତି ସଚେତନତା ପାଇଁ ଏପରି ନିଆରା ପ୍ରୟାସ କରିଛନ୍ତି ଆଇଆଇଟି ବମ୍ବେର ପ୍ରଫେସର ଡକ୍ଟର ଚେତନ ସିଂହ ସୋଲାଙ୍କି ।

୨୦୨୦ରୁ ଆରମ୍ଭ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମ ୨୦୩୦ଯାଏଁ ଚାଲିବ । ‘ଆମ ନିକଟରେ ଦ୍ୱିତୀୟ ପୃଥିବୀ ନାହିଁ, କେବଳ ଗୋଟିଏ ପୃଥିବୀ ଅଛି’ ଏବଂ ସଠିକ ସମୟରେ ଆମକୁ ଏହାର ସୁରକ୍ଷା କରିବାକୁ ପଡିବ ବୋଲି ବାର୍ତ୍ତା ଦେଉଛନ୍ତି ଆଇଆଇଟିର ଏହି ପ୍ରଫେସର । ଏହି ବସ୍ ଭିତରେ ଗୋଟିଏ ଘରେ ରହୁଥିବା ସମସ୍ତ ସାମଗ୍ରୀ ରହିଛି । ଟିଭି, ଏସି, ଇଣ୍ଡକସନ, ଲାଇଟ, ଫ୍ୟାନ, କୁଲର, ସିସିଟିଭି ଏମିତି ଅନେକ ସାମଗ୍ରୀ ରହିଛି ଏହି ବସ୍ ଭିତରେ । ଏବଂ ଏହା ସମ୍ପୂର୍ଣ୍ଣ ସୌରଶକ୍ତିରେ ଚାଳିତ ହେଉଛି ।