ଫେସବୁକରୁ ପ୍ରେମ ବିବାହ କରି ଠକିଗଲେ ଯୁବକ : ଯୁବତୀ ବେଶରେ ପୁଅକୁ କରିଥିଲେ ବିବାହ, ଚିହ୍ନି ପକାଇଲେ ସମ୍ପର୍କୀୟ

1,351

କନକ ବ୍ୟୁରୋ : ଫେସବୁକ ପ୍ରେମ ବିବାହରୁ ଠକିଗଲେ ଯୁବକ । ଝିଅ ନୁହେଁ ଯୁବକକୁ ହେଲେ ବାହା । ନିଜ ପ୍ରେମିକାକୁ ପତ୍ନୀ ଭାବେ ପାଇ ବେଶ୍ ଖୁସି ଥିଲେ ଯୁବକ । ଘଟଣା ଜଣାପଡ଼ିବା ପରେ ପ୍ରେମିକର ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଗଲା । ଭଦ୍ରକ ବାସୁଦେବପୁର ବ୍ଲକ କଶିଆ ଅଞ୍ଚଳର ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରେମିକ ପଶ୍ଚିମବଙ୍ଗର ଓ ପ୍ରେମିକା କେନ୍ଦ୍ରାପଡ଼ା ଜମ୍ବୁ ଅଞ୍ଚଳର । ପ୍ରଥମେ ଫେସବୁକରେ ବନ୍ଧୁତା । ଆଉ ତା ପରେ ମୋବଇଲରେ କଥାବାର୍ତ୍ତା । ମାତ୍ର ୧୫ ଦିନର କଥାବାର୍ତ୍ତାରେ ପ୍ରେମ ସଂପର୍କ ଗଢି ଉଠିଥିଲ । ଦୁଇ ଜଣ ବିବାହ କରିବାକୁ ନିଷ୍ପତ୍ତିି ନେଇଥିଲେ ।

ବିବାହ କରିବାର ପ୍ରତିଶ୍ରୁତି ପାଇବା ପରେ ୨୪ ତାରିଖରେ ଯୁବକ ଜଣଙ୍କ ପ୍ରେମିକା ମେଘନାଙ୍କୁ ଚଣ୍ଡିଖୋଲରେ ଅପେକ୍ଷା କରିଥିଲେ । ମେଘନା ସେଠାରେ ପହଂଚିବା ପରେ ଯୁବକ ଜଣଙ୍କ ତାଙ୍କୁ ବାସୁଦେବପୁର ତାଙ୍କ ମାମୁଙ୍କ ଘରକୁ ନେଇ ଯାଇଥିଲେ । ମାମୁ ଘର ଲୋକେ ମେଘନାଙ୍କୁ ସ୍ୱାଗତ କରିଥିଲେ । ପରେ ଦୁଇ ଜଣଙ୍କ ବିବହା ହୋଇଥିଲା । ଭୋଜି ଭାତର ଆୟୋଜନ ମଧ୍ୟ କରାଯାଇଥିଲା । ଭୋଜି ଖାଇବାକୁ ଆସିଥିବା ଜଣେ ଲୋକ ମେଘନାକୁ ଚିହ୍ନିଥିଲେ । ସେ ମେଘନା ନୁହଁ ମେଘନାଦ ବୋଲି କହିଥିଲେ । ସେ ତାଙ୍କ ପୁତୁରା ହିସାବର ହେବ ବୋଲି କହିଥିଲେ ।

ଏକଥା ଗାଁରେ କହିବା ପରେ ଗାଁଲୋକ ଏକତ୍ରିତ ହୋଇ ମାଡ଼ ମାରିଥିଲେ । ପରେ ମେଘନା, ମେଘନାଦ ବୋଲି ଜଣାପଡ଼ିଥିଲା । ମେଘନାଦର ଚାଲିଚଳନ କଥାବାର୍ତ୍ତା ସବୁ ଝିଅ ପରି ଥିଲା । ଏପରିକି ଝିଅଙ୍କ ପରି ପୋଷାକ ମଧ୍ୟ ସେ ପିନ୍ଧୁଥିଲା । ପରେ ଗ୍ରାମବାସୀ ମେଘନାଦ ରଖିଥିବା ଲମ୍ବା ଚୁଟିକୁ କାଟି ପକାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମେଘନାଦକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।