ଫିଲ୍ମ ଫ୍ରାଇଡ଼େ : ଆଜି ପରଦାକୁ ଆସିବ ଓଡିଆ ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’

125

କନକ ବ୍ୟୁରୋ : ଫିଲ୍ମ ଫ୍ରାଇଡ଼େରେ ପରଦାକୁ ଆସିବ ଓଡ଼ିଆ ଫିଲ୍ମ ଦୃଷ୍ଟିକୋଣ । ସିନେପଲିସରେ ସଂଧ୍ୟା ୬ଟା ୧୫ରେ ସିନେମାର ପ୍ରିମିୟର ଅନୁଷ୍ଠିତ ହେବ । ଅକ୍ଷୟ ପରିଜା ପ୍ରଡ଼କ୍ସନରେ ନିବେଦିତ ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ସୁଶାନ୍ତ ମଣି । ସିନେମାର ଟ୍ରେଲର ରାଜ୍ୟରେ ବେଶ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଫିଲ୍ମ ରିଲିଜକୁ ନେଇ ଲୋକେ ବେଶ ଉତ୍ସାହିତ ଅଛନ୍ତି ।

ଫିଲ୍ମରେ ଅଭିନେତ୍ରୀ ଏଲିନା ସାମନ୍ତରାୟ ପ୍ରଥମ ଥର ପାଇଁ ଜଣେ ପୋଲିସ ଅଧିକାରୀ ଭୂମିକାରେ ନଜର ଆସିବେ । ସେହିପରି ହର ରଥଙ୍କୁ ଜଣେ ଓକିଲ ଭୁମିକାରେ ଦେଖିବାକୁ ପାଇବେ ଦର୍ଶକ । ଭିନ୍ନ ଏକ କାହାଣୀକୁ ନେଇ ଫିଲ୍ମଟି ପ୍ରସ୍ତୁତ କରାଯାଇଛି । କୁହୁ ମହାନ୍ତି ନାମକ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବେଳେ ଏହି ମାମଲାର ବିଚାର ଅଦାଲତରେ ଚାଲିଥିବା ଟ୍ରେଲରରେ ଦେଖିବାକୁ ମିଳିଛି । ନବାଗତା ଶୁଭଶ୍ରୀ ନାୟକ କୁହୁ ଚରିତ୍ରରେ ଅଭିନୟ କରିଛନ୍ତି ।