ପ୍ରକାଶ ପାଇଲା ଜେଇଇ ମେନ୍ ସେସନ୍ -୨ ପରୀକ୍ଷାଫଳ । ଭୁବନେଶ୍ୱରର ପ୍ରିୟଙ୍କା ସର ଓଡିଶା ଟପ୍ପର

1,912

କନକ ବ୍ୟୁରୋ: ସର୍ବଭାରତୀୟ ଜେଇଇ ମେନ୍ ସେସନ୍ -୨ ପରୀକ୍ଷାଫଳ ପ୍ରକାଶ ପାଇଛି । ଶନିବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ପକ୍ଷରୁ ଏହି ରେଜଲ୍ଟ ପ୍ରକାଶ ପାଇଛି । ସର୍ବଭାରତୀୟ ସ୍ତରରେ ୪୩ ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ସ୍କୋର ରଖି ଉତୀର୍ଣ୍ଣ ହୋଇଛନ୍ତି । ପ୍ରାୟ ୨ ଲକ୍ଷ ୫୦ ହଜାର ପରୀକ୍ଷାର୍ଥୀ ଜେଇ ଆଡଭାନ୍ସ ହେବାକୁ ବିବେଚିତ ହୋଇଛନ୍ତି । ତେବେ ତେଲେଙ୍ଗାନାର ସିଙ୍ଗରାଜୁ ଭେଙ୍କଟ କୁଣ୍ଡିନ୍ୟ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି । ଆନ୍ଧ୍ରପ୍ରଦେଶର କଲ୍ଲାକୁରି ସାଇନାଥ ଶ୍ରୀମନ୍ତ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ଭୁବନେଶ୍ୱରର ପ୍ରିୟଙ୍କା ସର ୯୯.୯୮ ପ୍ରତିଶତ ନମ୍ବର ରଖି ଓଡିଶାର ଟପ୍ପର ହୋଇଛନ୍ତି । ଜେଇ ମେନ୍ ସେସନ୍ – ୨ ପରୀକ୍ଷା ଚଳିତ ମାସ ୬ରୁ ୧୫ ତାରିଖ ଭିତରେ ଅନୁଷ୍ଠିତ ହୋଇଥିଲା । ଶନିବାର ଏହାର ରେଜଲ୍ଟ ପ୍ରକାଶ ପାଇଛି ।