ଅନ୍ଧାର ରାତିରେ ଅପରେସନ କାବେରୀ, ସୁଦାନରେ ଭାରତୀୟ ସେନାର ଦୁଃସାହାସିକ ଉଦ୍ଧାର କାର୍ଯ୍ୟ

80

କନକ ବ୍ୟୁରୋ : ସୁଦାନରେ ନାଇଟ ଭିଜନ ଗଗଲସ ସାହାର୍ଯ୍ୟରେ ଭାରତୀୟ ବାୟୁସେନା କରିଛି କମାଲ । ସୁଦାନାରୁ ଚାଲିଛି ଭାରତୀୟଙ୍କ ଉଦ୍ଧାର । ଏହା ଭିତରେ ବାୟୁସେନା ଏମିତି କିଛି କମାଲ କରିଛି ଯାହାକୁ ଯେତେ ପ୍ରଂଶସା କଲେ ବି କମ ପଡିବ । କାରଣ ଅନ୍ଧାର ରାତିରେ ବିମାନ ଅବତରଣ କରି ୧୨୧ ଭାରତୀୟଙ୍କୁ ଉଦ୍ଧାର କରିଛି । ନାଇଟ୍ ଭିଜନ୍ କ୍ୟାମେରା ପିନ୍ଧି ଗ୍ରୁପ୍ କ୍ୟାପଟେନ ରବି ନନ୍ଦ ବାୟୁସେନାର ବିମାନ ସି-୧୩୦ଜେ ବିମାନ ସୁଦାନରେ ଅବତରଣ କରାଇଥିଲେ । ସୁଦାନରେ ନାଇଟ୍ ଓ ନେଗିଭେସନ୍ ସଙ୍କେତ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏପରି ସ୍ଥିତିରେ ବିମାନ ଅବତରଣ କରାଇବା ବହୁତ ଚ୍ୟାଲେଂଜି ଥିଲା । ବାୟୁସେନାର ପାଇଲଟ୍ ନିଜର ସାହସ ଦେଖାଇ ରାତିରେ ଲ୍ୟାଣ୍ଡିଂ ପାଇଁ ନିଷ୍ପତି ନେଇଥିଲେ । ସଫଳତାର ସହ ଏକ ଛୋଟ ରନ୍ୱେରେ ଲ୍ୟାଣ୍ଡିଂ କରାଇଥିଲେ । ଏହା ପରେ ୧୨୧ ଭାରତୀୟଙ୍କୁ ନେଇ ରାତିରେ ହିଁ ବିମାନ ପ୍ରତ୍ୟାବର୍ତନ କରିଥିଲା ।

ସୂଚନା ଅନୁସାରେ ହିଂସାଗସ୍ତ ଖାର୍ତୁମଠୁ ୪୦ କିଲୋମିଟର ଦୂରରେ ୧୨୧ଜଣ ଭାରତୀୟ ଫଶିରହିଥିଲେ । ଏମାନଙ୍କୁ ଉଦ୍ଧାର କରିବା ପାଇଁ ବାୟୁସେନାର ସ୍ୱତନ୍ତ୍ର ବିମାନ ଏପ୍ରିଲ ୨୭ ତାରିଖରେ ସର୍ଦିୟାନର ଛୋଟିଆ ବିମାନବନ୍ଦରରେ ପହଁଚିଥିଲା । ହିଂସଯୋଗୁଁ ବିମାନବନ୍ଦରରେ ଆବଶକୀୟ ସାଧନ ନଥିବା ଯୋଗୁଁ ଭାରତୀୟ ସେନା ପାଇଁ ଉଦ୍ଧାର କାର୍ଯ୍ୟ ଏକ ବଡ ଚ୍ୟାଲେଂଜ ପାଲଟିଥିଲା  । ତେବେ ବଳ,ବିଦ୍ୟା ଓ ବୁଦ୍ଧି ଖଟାଇ ଶେଷରେ ସଫଳତାର ସହ ଭାରତୀୟଙ୍କୁ ଉଦ୍ଧାର କରିଛି ସେନା ।

ଅପରେସନ କାବେରୀରେ ଏବେ ସୁଦ୍ଧାର ପ୍ରାୟ ଅଢେଇ ହଜାର ଭାରତୀୟ ସ୍ୱଦେଶ ଫେରିସାରିଲେଣି । ତଥାପି ଆହୁରି ୩ହଜାର ଭାରତୀୟ ସେଠାରେ ଫଶିରହିଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ କସରତ ଜୋରଦାର କରିଛନ୍ତି ଭାରତୀୟ ସେନା ଓ ସରକାର ।