ଦିନରେ ଇନଷ୍ଟାଗ୍ରାମ ଭିଡିଓ, ରାତିରେ ଆତ୍ମହତ୍ୟା । ଫ୍ୟାସନ ଡିଜାଇନର ତଥା ସୁପର ମଡେଲ ମୁସ୍କାନ ନାରଙ୍ଗଙ୍କ ମୃ୍ତ୍ୟୁକୁ ନେଇ ଚର୍ଚ୍ଚା

402

କନକ ବ୍ୟୁରୋ : ଫ୍ୟାସନ ଡିଜାଇନର ତଥା ସୁପର ମଡେଲ ମୁସ୍କାନ ନାରଙ୍ଗଙ୍କ ଆତ୍ମହତ୍ୟା । ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଛନ୍ତି । ବେଡ୍ରୁମ୍ ଫ୍ୟାନ୍ରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଦିନରେ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିଥିଲେ । ରାତିରେ ଆତ୍ମହତ୍ୟା କରିଛନ୍ତି ମୁସ୍କାନ । ଭିଡିଓରେ ମୁସ୍କାନ ଏହା ତାଙ୍କର ଶେଷ ଭିଡିଓ ବୋଲି କହିଛନ୍ତି । ଏହି ଭିଡିଓରେ ସେ କହିଛନ୍ତି, ସେ ତାଙ୍କ ଘର ଲୋକ ଓ ଭଉଣୀଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । ହେଲେ ସେମାନେ ତାଙ୍କୁ ବୁଝାଉଛନ୍ତି । ଏହି ଭିଡିଓ ଏବେ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି । ମୁସ୍କାନଙ୍କ ଘର ଉତରପ୍ରଦେଶ ମୁରାଦାବାଦରେ । ୨୫ ବର୍ଷୀୟ ମୁସ୍କାନ ଡେରାଡୁନ୍ରେ ଫ୍ୟାସନ ଡିଜାଇନିଂ କୋର୍ସ କରିଛନ୍ତି । ଏହା ପରେ ସେ ମୁମ୍ବାଇରେ ଚାକିରି କରୁଥିଲେ । ସୋସିଆଲ ମିଡିଆରେ ବେଶ୍ ଫେମସ୍ ଥିଲେ ମୁସ୍କାନ ନାରଙ୍ଗ । ମୁମ୍ବାଇରେ ରହୁଥିବା ମୁସ୍କାନ କିଛି ଦିନ ତଳେ ସେ ଘରକୁ ଯାଇଥିଲେ । ପରିବାର ସଦସ୍ୟଙ୍କ କହିବା ଅନୁସାରେ ରାତିରେ ପରିବାର ସହ ମିଶି ଖାଇଥିଲେ । ସକାଳୁ ଯେତେ ଡାକିଥିଲେ ମଧ୍ୟ ସେ ଘରର କବାଟ ଖୋଲିନଥିଲେ । ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ କିଛି ଦିନ ହେବ ମୁସ୍କାନ ବହୁତ ଟେନସନରେ ଥିଲେ । ହେଲେ ଏହାର କାରଣ ସଂପର୍କରେ ସେ କାହାରିକୁ କିଛି କହିନଥିଲେ ।