୨୦୨୪ ପାଇଁ ପ୍ରସ୍ତୁତି । ଦିଲ୍ଲୀ ଗସ୍ତରେ ବିଜେପି ବିଧାୟକ । ବିଜୟ ପାଇଁ ଗୁରୁମନ୍ତ୍ର ଦେବେ ମୋଦୀ, ଶାହା ଓ ନଡ୍ଡା । ସେପଟେ କଂଗ୍ରେସର ୨୦ ଜଣିଆ ସଦସ୍ୟଙ୍କୁ ଦିଲ୍ଲୀ ଡାକରା ।

100

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ଏବେଠୁ ଜୋରଦାର ହେଲାଣି ପ୍ରସ୍ତୁତି । ଆଜି ଦିଲ୍ଲୀ ଗସ୍ତ କରିଛନ୍ତି ରାଜ୍ୟ ବିଜେପି ବିଧାୟକ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅମିତ ଶାହା, ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଆଲୋଚନା କରିବେ । ଏବଂ ଆଗାମୀ ନିର୍ବାଚନ ପାଇଁ ସେମାନଙ୍କ ଠାରୁ ଗୁରୁମନ୍ତ୍ର ଗ୍ରହଣ କରିବାର ସୂଚନା ରହିଛି ।

ଅନ୍ୟପଟେ କଂଗ୍ରେସ ନେତା ମଧ୍ୟ ଦିଲ୍ଲୀ ଗସ୍ତରେ ଅଛନ୍ତି । ପଲିଟିକାଲ ଆଫେୟାର୍ସ କମିଟିର ୨୦ ଜଣ ସଦସ୍ୟଙ୍କୁ ଆସିଥିଲା ଦିଲ୍ଲୀରୁ ଡାକରା । ଆସନ୍ତାକାଲି ଦିନ ୩ଟାରେ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ସହ ଓଡ଼ିଶା ନେତାଙ୍କ ବସିବ ବୈଠକ । ଓଡ଼ିଶାରେ ୨୦୨୪ ନିର୍ବାଚନ କେମିତି ଲଢ଼ିବେ କ’ଣ ରଣନୀତି ରହିବ ସେନେଇ ହେବ ଆଲୋଚନା । ତା’ ସହ କେନ୍ଦ୍ରୀୟ ନେତାଙ୍କୁ ଓଡ଼ିଶା ନିମନ୍ତ୍ରଣ କରିବେ କଂଗ୍ରେସ ନେତା ।