ଶଶି ଥରୁର, ଡିମ୍ପଲ ଯାଦବ, ସୁପ୍ରିୟା ସୁଲେ ମଧ୍ୟ ଲୋକସଭାରୁ ନିଲମ୍ବିତ । କାଲିଠାରୁ ଆଜିଯାଏଁ ୧୪୧ ସାଂସଦ ନିଲମ୍ବିତ ।

141

କନକ ବ୍ୟୁରୋ: ଲୋକସଭାରେ ହଙ୍ଗାମା କରୁଥିବା ଆଉ କିଛି ବିରୋଧୀ ସାଂସଦଙ୍କୁ ଶୀତକାଳୀନ ଅଧିବେଶନରୁ ନିଲମ୍ବନ କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଶଶି ଥରୁର, ଡିମ୍ପଲ ଯାଦବ, ସୁପ୍ରିୟା ସୁଲେଙ୍କ ପରି ସାଂସଦ ।

ସଂସଦର ସୁରକ୍ଷାରେ ବିଭ୍ରାଟ ନେଇ ଗୃହମନ୍ତ୍ରୀଙ୍କ ସ୍ପଷ୍ଟିକରଣ ଦାବି କରି ବିରୋଧୀ ହଙ୍ଗାମା କରିବା , ଏବଂ ପ୍ରଶ୍ନେତ୍ତର କାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବା , ସ୍ପିକରଙ୍କୁ ଅବମାନନା କରିବା ଭଳି ଅଭିଯୋଗରେ ଆଜି ପୁଣି ୧୪୧ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଶଶି ଥରୁର, ଡିମ୍ପଲ ଯାଦବ, ସୁପ୍ରିୟା ସୁଲେଙ୍କ ପରି ସାଂସଦ । କଂଗ୍ରେସ ନେତା ମନୀଷ ତିୱାରୀ, କାର୍ତ୍ତି ଚିଦାମ୍ବରମ୍, ଶଶି ଥରୁର, ବିଏସପି ସାଂସଦ ଦାନିଶ ଅଲି, ସପା ସାଂସଦ ଏସଟିି ହସନ୍, ଟିଏମସି ସାଂସଦ ମାଲା ରାୟ, ଆପର ସୁଶୀଲ କୁମାର ରିଙ୍କୁଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।