ପୈତୃକ ଗାଁରୁ ପ୍ରଚାର ଆରମ୍ଭ କଲେ ପ୍ରଦୀପ ପୁରୋହିତ । ଘର ଘର ବୁଲି ମାଗିଲେ ଭୋଟ୍ ।

398

କନକ ବ୍ୟୁରୋ: ପ୍ରଚାର ମଇଦାନରେ ପ୍ରଦୀପ ପୁରୋହିତ । ବରଗଡ ଲୋକସଭା ଆସନ ପାଇଁ ବିଜେପି ପକ୍ଷରୁ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ ଘୋଷଣା କଲାପରେ, ଆଜିଠାରୁ ପ୍ରଚାର ଆରମ୍ଭ କରିଛନ୍ତି ବିଜେପି ନେତା । ବରଗଡ ଲୋକସଭା ସଂସଦୀୟ କ୍ଷେତ୍ର ଅର୍ନ୍ତଗତ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ ଗାଁ ଗାଇସିଲେଟରୁ ଆରମ୍ଭ କରିଛନ୍ତି ପ୍ରଚାର ।

ଯେଉଁ ସ୍ଥାନରେ ତାଙ୍କ ବାପା ଅଜା ଜନ୍ମଗ୍ରହଣ କରିଥିଲେ, ସେହି ଗାଁକୁ ଆସି ବୟଷ୍କ ବ୍ୟକ୍ତିଙ୍କ ଠାରୁ ଆର୍ଶୀବାଦ ନେଇଛନ୍ତି ପ୍ରଦୀପ । ପରେ ଗାଁରେ ଥିବା ଜଗନ୍ନାଥ ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଶହ ଶହ ସମର୍ଥକଙ୍କ ସହ ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ପ୍ରଦୀପ ପୁରୋହିତଙ୍କ ପ୍ରାର୍ଥୀତ୍ୱକୁ ନେଇ କର୍ମୀ ମହଲରେ ଏବଂ ତାଙ୍କ ଗାଁଲୋକ ଓ ପରିବାର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।