ଆଫ୍ରିକୀୟ ଦେଶ ମରକ୍କୋରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ୬. ୮, ୮ଶହରୁ ଅଧିକ ଲୋକଙ୍କ ମୃତ୍ୟୁ

234

କନକ ବ୍ୟୁରୋ : ଶୁକ୍ରବାର ରାତି । ଆଫ୍ରିକାର ଦେଶ ମରକ୍କୋରେ ପାଇଁ କାଳ ସାଜିଛି । ୬୦ବର୍ଷ ଭିତରେ ସବୁଠୁ ବଡ ଭୂମିକମ୍ପ ଝଟକାରେ ଥରି ଉଠିଛି ପୂରା ମରକ୍କୋ ।କେଉଁଠି ଆଖି ପିଛୁଳାକେ ତାସ ଘର ପରି ବଡ ବଡ ଅଟାଳିକା ଭାଙ୍ଗି ମାଟିରେ ମିଶିଛି ତ ପୁଣି କେଉଁଠି ରାସ୍ତା ଉପରେ ଶବ ଗୁଡିକ ଇଟା ଗୋଡି ମାଟି ପରି ପଡି ରହିଛି । ଟିକେ ନଜର ପକାନ୍ତୁ ଉତର ଆଫ୍ରିକାର ଦେଶ ମରକ୍କୋରେ ଉପରେ । କିଛି ଘଂଟା ପୂର୍ବରୁ ଯେଉଁ ସ୍ଥାନ ନିଜର ସୌନ୍ଦର୍ଯ୍ୟ, ଐତିହ୍ୟ ପାଇଁ ଜଣାଯାଉଥିଲା ସେଠି ମୃତ୍ୟୁ ରଚିଛି ବଡ ତାଣ୍ଡବ । ଭୂମିକମ୍ପର ତ୍ରୀବତା ୬.୮ ରେକ୍ଟର ସ୍କେଲରେ ରେକର୍ଡ କରାଯାଇଥିବାବେଳେ ଏହାର କେନ୍ଦ୍ରସ୍ଥଳ ମୋରୋକୋଠୁ ୭୦ କିଲୋମିଟର ଦୂର ମରକ୍କୋରେ ରହିଛି ।

୧୯୬୦ ମସିହାରେ ମରକ୍କୋରେ ଦେଖିଥିଲା ଏଭଳି ଏକ ଶକ୍ତିଶାଳୀ ଭୂମିକମ୍ପ । ଯେଉଁଥିରେ ହଜାର ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହା ପରଠୁ ଏଠାରେ ଘର, ଅଟାଳିକା ଗୁଡିକ ଘର ଭୂମିକମ୍ପରେ ଯେପରି କ୍ଷୟକ୍ଷତି ନହୁଏ ସେଭଳି ଢାଂଚାରେ ନିର୍ମାଣ କରାଯାଇଥିଲା । ତଥାପି କିଛି ଘର ନୂଆ ଢାଂଚାରେ ନିର୍ମାଣ ହୋଇନଥିବାବେଳେ ଏହି ଭୁମିକମ୍ପରେ ସବୁଠୁ ଅଧିକ କ୍ଷତିଗସ୍ତ ହୋଇଛନ୍ତି । ସେପଟେ ଟୁଇଟ କରି ବିଭିନ୍ନ ଦେଶ ଦୁଖ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ମରକ୍କୋରେ ଭୁମିକମ୍ପ ପାଇଁ ଦୁଖ ପ୍ରକାଶ କରିଛନ୍ତି ।