ସେବେ ଖାଉଟିଙ୍କୁ କନ୍ଦାଉଥିଲା ଏବେ ଚାଷୀଙ୍କୁ କନ୍ଦାଉଛି ବିଲାତି, ଆନ୍ଧ୍ରରେ କିଲୋପ୍ରତି ୩ଟଙ୍କା ତ ତାମିଲନାଡୁରେ ୪ଟଙ୍କା

564

କନକ ବ୍ୟୁରୋ : ଯେଉଁ ଟମାଟୋ କିଛି ଦିନ ପୂର୍ବରୁ ଗ୍ରାହକଙ୍କ ପକେଟକୁ ମାଡ କରୁଥିଲା । ବ୍ୟବସାୟୀଙ୍କ ଆଖିରେ ଲୁହ ଆଣିଥିଲା । ହାଣ୍ଡିଶାଳରେ ନଜର ଆସୁନଥିଲା , ଏବେ ତାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଏଥରକ ଦର ବୃଦ୍ଧି ପାଇଁ ନୁହେଁ ଦର କମ ପାଇଁ ଖବରରେ ରହିଛି ଲାଲ ଟହ ଟହ ଟମାଟୋ । ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେଉଁ ଟମାଟୋ ଦର କିଛି ଦିନ ପୂର୍ବରୁ ଆକାଶଛୁଆଁ ହୋଇ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ଏବେ ତାର ଦାମ କେଜିକୁ ହେଉଛି ୩ରୁ ୪ଟଙ୍କା । ଆନ୍ଧ୍ର୍ର୍ରପ୍ରଦେଶ, ତାମିଲନାଡୁରେ କେଜିଏ ଟମାଟୋ ୩ରୁ ୪ଙ୍କାରେ ବିକ୍ରି ହେଉଥିବା ଜଣାପଡିଛି । କେବଳ ସେତିକି ନୁହେଁ କିଛି ସ୍ଥାନରେ ଚାଷୀ ଅତ୍ୟଧିକ ପରିମାଣରେ ଉତ୍ପାଦିତ ଟମାଟୋକୁ ବିକି ନପାରି ଫିଙ୍ଗୁଛନ୍ତି