ଭାରତର ନିର୍ବାଚନ ତାତିକୁ ଦ୍ୱିଗୁଣ କରିଛି ପଡୋଶୀ ପାକିସ୍ତାନ ନେତାଙ୍କ ବୟାନ । ରାହୁଲ ଗାନ୍ଧୀଙ୍କୁ ପାକ ପୂର୍ବତନ ମନ୍ତ୍ରୀ ପୱାଦ ଚୌଧୁରୀଙ୍କ ପ୍ରଂଶସା

91

କନକ ବ୍ୟୁରୋ : ଦେଶରେ ନିର୍ବାଚନୀ ଉଷ୍ମତା, ଏହାକୁ ଦ୍ୱିଗୁଣିତ କରିଛି ପଡୋଶୀ ଦେଶ ପାକିସ୍ତାନ । ପାକ୍ର ପୂର୍ବତନ ମନ୍ତ୍ରୀ ଫୱାଦ ଚୌଧୁରୀଙ୍କ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଏବେ ତେଜିଛି ରାଜନୀତି । ଦେଶରେ ମୋଦି ଲହରରେ ରୋକ ଲଗାଇବାକୁ ରାହୁଲ ଗାନ୍ଧୀଙ୍କ ରଣନୀତିକୁ ଫୱାଦ ପ୍ରଶଂସା କରିଥିବା ବେଳେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ଆରଏସଏସ ଓ ହିନ୍ଦୁ ମହାସଭାର ନିର୍ଦ୍ଦେଶରେ ସାମ୍ପ୍ରଦାୟିକତାର ରାଜନୀତି କରୁଛି ବିଜେପି, ଏଭଳି ସ୍ଥିତିରେ ମୋଦିଙ୍କ ତାନାଶାହୀ ଶାସନରେ ପୂର୍ଣ୍ଣଛେଦ୍ଦ ପଡିବାର ଆବଶ୍ୟକତା ରହିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହାର ନେତୃତ୍ୱ ନେଉଥିବା ବେଳେ ଦେଶର ବାସ୍ତବତାକୁ ଭୋଟର ମାନଙ୍କ ସମ୍ମୁଖକୁ ଆଣିଛନ୍ତି । ମୋଦିଙ୍କ ବିରୋଧରେ ଯିଏ ଯିବ ଆମେ ସେମାନଙ୍କୁ ସମର୍ଥନ କରିବୁ ବୋଲି କହିଛନ୍ତି ଫୱାଦ ଚୌଧୁରୀ ।

ରାହୁଲଙ୍କୁ ଫୱାଦଙ୍କ ପ୍ରଶଂସା ଏବେ ପ୍ରତିକ୍ରିୟାଶୀଳ ହୋଇଛି ବିଜେପି । ଏହି ପ୍ରସଙ୍ଗକୁ ନେଇ ଗୁଜରାଠ ଆନନ୍ଦର ଏକ ନିର୍ବାଚନୀ ସଭାରୁ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
‘ଭାରତରେ ମଜବୁତ ନୁହେଁ କମଜୋର ସରକାର ଚାହୁଁଛି ପଡୋଶୀ ଦେଶ’, ‘ଦେଶରେ କଂଗ୍ରେସ ଦୁର୍ବଳ ହେଉଥିବା ବେଳେ ନେଇ ଚିନ୍ତାରେ ପଡିଛି ପାକିସ୍ତାନ’ । କଂଗ୍ରେସ ଓ ଭାରତର ଶତ୍ରୁରାଷ୍ଟ୍ର ପାକିସ୍ତାନ ମଧ୍ୟରେ ସହଭାଗିତା ଏବେ ପଦାରେ ପଡିଥିବା କହି ଟାର୍ଗେଟ କରିଛନ୍ତି ମୋଦୀ ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ଉପରେ ଜବାବ ରଖିଛି କଂଗ୍ରେସ । ରାହୁଲ ଗାନ୍ଧୀଙ୍କୁ ଫୱାଦଙ୍କ ପ୍ରଶଂସା ପଛରେ ମୋଦିଙ୍କ ହାତ ରହିଥିବା ଦଳ କହିଥିବା ବେଳେ ବିଜେପି ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖିଛି ।

ଲୋକସଭା ନିର୍ବାଚନ ସମୟରେ ପାକିସ୍ତାନର ପୂର୍ବତନ ମନ୍ତ୍ରୀଙ୍କ ବୟାନକୁ ନେଇ ଏବେ ଭାରତୀୟ ରାଜନୈତିକ ଘମାସନ ଜୋର ଧରିଛି ।