ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ବିଚାପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ : କୋର୍ଟ କାମରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେବା ପାଇଁ ମୋଦୀଙ୍କ ପରାମର୍ଶ

132

କନକ ବ୍ୟୁରୋ : ଡିଜିଟାଲ ଇଣ୍ଡିଆ ମିଶନ ଅଧିନରେ ନ୍ୟାୟପାଳିକା ବ୍ୟବସ୍ଥାରେ ଟେକ୍ନୋଲୋଜିର ବିକାଶ ପାଇଁ ଭାରତ ସରକାର ଗୁରୁତ୍ୱ ଦେଉଛନ୍ତି । ନ୍ୟାୟ ବ୍ୟବସ୍ଥ୍ୟାର ଉନ୍ନତି ପାଇଁ ଆମେ ପୁରା ଚେଷ୍ଟା ଚଳାଇଛୁ । ଭିତିଭୂମିରେ ମଧ୍ୟ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ବିଚାରପତିମାନଙ୍କର ମିଳିତ ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, କୋର୍ଟରେ ଆଞ୍ଚଳିକ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଏହା ଦ୍ୱାରା ନାଗରିକମାନଙ୍କର ନ୍ୟାୟ ବ୍ୟବସ୍ଥା ଉପରେ ବିଶ୍ୱାସ ବଢିବ ବୋଲି ମୋଦୀ କହିଛନ୍ତି ।

ମୋଦୀ ଆହୁରୀ କହିଛନ୍ତି, ୨୦୧୫ରେ ଆମେ ୧୮୦୦ ଅନାବଶ୍ୟକ ଆଇନ ଅବା ଧାରା ଚିହ୍ନଟ କରିଥିଲୁ । ସେଥିରୁ କେନ୍ଦ୍ର ସରକାର ୧୪୫୦ ଆଇନ୍କୁ ଉଚ୍ଛେଦ କରିଥିବା ବେଳେ ରାଜ୍ୟ ସରକାର ୭୫ଟି ଆଇନର ଉଚ୍ଛେଦ କରିଛନ୍ତି । କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନ ବିଚାରପତି ଏନ ଭି ରମଣା କହିଛନ୍ତି, ଆମ ସମ୍ବିଧାନର ତିନିଟି ସ୍ତମ୍ବକୁ ସ୍ୱତନ୍ତ୍ର ଅଧିକାର ଦିଆଯାଇଛି । ଆମେ ଆମର କାର୍ଯ୍ୟ କରିବା ସମୟରେ ଆମର ଲକ୍ଷ୍ମଣ ରେଖାରୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଆବଶ୍ୟକ । ଏଥିସହ ଜନସ୍ୱାର୍ଥ ମାମଲା ତଥା ପିଆଇଏଲ ଅପବ୍ୟବହାର ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନ ବିଚାରପତି । ରାଜନୈତିକ ଏବଂ ବ୍ୟକ୍ତିଗତ ସ୍ୱାର୍ଥକୁ ଗରୁତ୍ୱ ଦେଈ ପିଆଇଲ କରାଯାଉଥିବା କହିଛନ୍ତି ପ୍ରଧାନ ବିଚାରପତି ।