ବିମାନରେ ବୋମାଥିବା ଭୟ, ଦିଲ୍ଲୀରେ ଜରୁରୀ ଅବତରଣ କଲା ମସ୍କୋରୁ ଆସିଥିବା ବିମାନ

168

କନକ ବ୍ୟୁରୋ : ବିମାନରେ ବୋମା ଥିବା ଭୟ ଭିତରେ ଦିଲ୍ଲୀରେ ଜରୁରୀକାଳୀନ ଅବତରଣ କଲା ମସ୍କୋରୁ ଆସିଥିବା ବିମାନ ଏସୟୁ ୨୩୨ । ୩୮୬ ଯାତ୍ରୀଙ୍କ ସହ ମୋଟ ୪୦ ଜଣଙ୍କୁ ବିମାନରୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଋଷର ଏରୋଫ୍ଲଟ ଏୟାରକ୍ରାଫ୍ଟର ଏହି ବିମାନ ଗୁରବାର ରାତି ୨ଟା ୧୫ ମିନିଟରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଥବଲା । ଗୁରୁବାର ରାତି ପାୟ ୧୧ ଟାରେ ମସ୍କୋରୁ ଆସୁଥିବା ବିମାନ ଏସୟୁ ୨୩୨ରେ ବୋମା ଥିବା ନେଇ ଏକ ସତର୍କତା ମେଲ ଆସିଥିଲା ବୋଲି ପୁଲିସ ଏବଂ ସିଆଇଏସଏଫ୍ ପକ୍ଷରୁ ସୂଚନା ମିଳିଥିଲା । ଏହା ପରେ ଦିଲ୍ଲୀ ବିମାନ ବନ୍ଦର କତୃପକ୍ଷ ଏବଂ ସୁରକ୍ଷାକର୍ମୀମାନଙ୍କୁ ସଜାଗ କରାଯାଇଥିଲା । ବିମାନ ଆସି ପହଂଚିବା ପରେ ବିମାନକୁ ପ୍ରଥମେ ଖାଲି କରାଯାଇଥିଲା । ଏହା ପରେ ବିମାନକୁ ଯାଂଚ କରାଯାଇଥିଲା । କିନ୍ତୁ ସେଥିରେ ସେଭଳି କୌଣସି ଆପତିଜନକ ସାମଗ୍ରୀ ମିଳିନଥିଲା । କିଛି ସପ୍ତାହ ମଧ୍ୟରେ ଏହାକୁୁ ମିଶାଇ ଏଭଳି ଦୁଇଟି ବିମାନରେ ବୋମା ଥିବା ନେଇ ସୂଚନା ମିଳିସାରିଛି । ଗତ ଅକ୍ଟେବାର ୩ ତାରିଖରେ ଇରାନରୁ ଚୀନ ଯାଉଥିବା ଏକ ବିମାନରେ ବୋମା ଥିବା ନେଇ ସୂଚନା ମିଳିଥିଲା । ଉକ୍ତ ବିମାନ ଦିଲ୍ଲୀରେ ଜରୁରୀ ଅବରତଣ କରିବାକୁ ଅନୁମତି ମାଗିଥିଲା । କିନ୍ତୁ ଦିଲ୍ଲୀ ଏଟିଏସ୍ ପାଇଲଟଙ୍କୁ ଦିଲ୍ଲୀ ପରିବର୍ତେ ଜୟପୁର ପରେ ଚଣ୍ଡିଗଡରେ ଅବତରଣ କରିବାକୁ କୁହିଥିଲା । ହେଲେ ବିମାନ ଭାରତରେ ଅବତରଣ ନ କରି ଚାଲିଯାଇଥିଲା ।