ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ । ୧୧ ଥର ଛୁରୀ ମାରିବା ପରେ ଗୁରୁତର

291

କନକ ବ୍ୟୁରୋ : ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ । ଆକ୍ରମଣର ଶିକାର ହୋଇଥିବା ୨୮ ବର୍ଷିୟ ଆଇଆଇଟି ଛାତ୍ର ସୁଭମ ଗାର୍ଗ ସେଠାରେ ମେକାନିକାଲ ଇଞ୍ଜିନିୟରିଂରେ ଗବେଷଣା କରୁଛନ୍ତି । ଗତ ଅକ୍ଟୋବର ୬ ତାରିଖରେ ସିଡନର ନ୍ୟୁ ସାଉଥ ୱେଲ୍ସ ବିଶ୍ୱବିଦ୍ୟାଳୟରେ ୧୧ ଥର ଛୁରା ସୁଭମଙ୍କୁ ଆକ୍ରମଣ କରିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣାର ୭ ଦିନ ପରେ ଶୁକ୍ରବାର ଉତରପ୍ରଦେଶ ଆଗ୍ରାରେ ରହୁଥିବା ସୁଭମଙ୍କ ପରିବାରଙ୍କୁ ସେଠାକୁ ଯିବା ପାଇଁ ତାଙ୍କୁ ଭିସା ମିଳିଛି । ସୂଚନା ମୁତବାକ ଗତ ୬ ତାରିଖ ସାଢେ ୧୦ ଟା ବେଳେ ସେ ଏଟିଏମରୁ ଫେରୁଥିବା ଦୁବୃତମାନ ତାଙ୍କୁ ଅଟକାଇ ଟଙ୍କା ମାଗିବା ସହ ଛୁରୀ ଦେଖାଇ ଧମକ ଦେଇଥିଲେ । ସେ ବିରୋଧ କରିବାରୁ ଦୁବୁର୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ  । ଏହି ଘଟଣା ଉପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇ କହିଛି, ସେଠାରେ ଥିବା ଭାରତର ଦୂତାବାସ ସେଠାକାର ଅଫିସରମାନଙ୍କ ସହ ଯୋଗାଯୋଗରେ ଅଛି । ଘଟଣାକୁ ଗୁୁରୁତର ସହ ନେଇ ଅଭିଯୁକ୍ତଙ୍କ ବିରୋଧରେ ଅଷ୍ଟ୍ରେଲିଆ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆମେ ଆଶା ରଖିଥିବା କହିଛନ୍ତି ବୈଦେଶିକ ମୁଖପାତ୍ର ଅରିନ୍ଦମ ବାଗଚୀ ।