ରାଜଧାନୀର ୧୪ଟି ଡ୍ୟାନ୍ସ ବାରକୁ ଅବକାରୀ ବିଭାଗର ଅନୁମତି : ରାତି ୧୨ଟା ପର୍ଯ୍ୟନ୍ତ ଜମିବ ନାଚ, ଗୀତର ଆସର

କରୋନା ଯୋଗୁଁ ୨ ବର୍ଷ ହେବ ଡ୍ୟାନ୍ସ ବାର ଉପରେ ଲାଗିଥିଲା କଟକଣା

257

କନକ ବ୍ୟୁରୋ : ରାଜଧାନୀର ୧୪ଟି ଡ୍ୟାନ୍ସ ବାରକୁ ଅବକାରୀ ବିଭାଗ ଅନୁମତି ଦେଇଛି । ଏଣିକି ରାତି ୧୨ଟା ପର୍ଯ୍ୟନ୍ତ ଜମିବ ନୃତ୍ୟ ଗୀତର ଆସର । କରୋନା ପାଇଁ ଗତ ଦୁଇ ବର୍ଷ ହେବ ଡ୍ୟାନ୍ସ ବାର ଉପରେ କଟକଣା ଲାଗୁ କରାଯାଇଥିଲା । ଅବକାରୀ ବିଭାଗ ଅନୁମତି ଦେଇଥିଲେ ମଧ୍ୟ କମିଶନରେଟ୍ ପୋଲିସର ଗାଇଡ୍ ଲାଇନ୍ ଅନୁସାରେ ବାର ଗୁଡ଼ିକ ଚାଲିବ । ସବୁ ଡ୍ୟାନ୍ସ ବାରରେ ଫାୟାର ସେଫଟି ବ୍ୟବସ୍ଥା କଡ଼ାକଡ଼ି ଭାବେ ଲାଗୁ ହେବ ।

ନିୟମ ଅନୁସାରେ ୧୦ ଫୁଟ୍ ଓ ୧୨ ଫୁଟ୍ ଡ୍ୟାନ୍ସ ଫ୍ଲୋରରେ କେବଳ ୮ଜଣ ନୃତ୍ୟ ପ୍ରଦର୍ଶନ କରିପାରିବେ । ଡ୍ୟାନ୍ସର ଯେଉଁ ଷ୍ଟେଜରେ ନାଚିବେ, ତା ଚାରିପଟେ ୩ ଫୁଟର ବାଡ ରହିବ । ଗ୍ରାହକ ଓ ଡ୍ୟାନ୍ସ ଗାର୍ଲଙ୍କ ଭିତରେ ୫ ଫୁଟର ଦୂରତା ରହିବ । ୨୧ ବର୍ଷରୁ କମ୍ ବୟସର ଯୁବତୀଙ୍କୁ ବାରରେ ନିୟୋଜିତ କରାଯାଇପାରିବ ନାହିଁ । ଏଥିସହ ଡ୍ୟାନ୍ସରଙ୍କ ଉପରକୁ ଟଙ୍କା ଉଡାଇବା ପାଇଁ ବାରଣ କରାଯାଇଛି ।