ବଗି ଛାଡି ଗଡି଼ଗଲା ଇଞ୍ଜିନ୍ : ରାୟଗଡା ଷ୍ଟେସନ ଠାରୁ ୬୦ କିଲୋମିଟର ଦୂରରେ ଅଘଟଣ; ଭୟଭୀତ ହୋଇ ଓହ୍ଲାଇ ପଡିଲେ ଯାତ୍ରୀ

372

କନକ ବ୍ୟୁରୋ : ରାୟଗଡ଼ା-ବିଜୟନଗରମ୍ ରେଳ ରୁଟରେ ଅଘଟଣ । ବିଶାଖାପାଟଣାରୁ ନିଜାମୁଦ୍ଦିନ୍ ଅଭିମୁଖେ ଯାଉଥିବା ବେଳେ ସମତା ଏକ୍ସପ୍ରେସର ଯାତ୍ରୀବାହୀ ବଗିକୁ ଛାଡି ପ୍ରାୟ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଗଡିଗଲା ଇଞ୍ଜିନ । କିଛି ସମୟ ପରେ ଟ୍ରେନ୍ ଡ୍ରାଇଭର ଅଘଟଣ ସଂପର୍କରେ ସୂଚନା ପାଇ ଇଞ୍ଜିନକୁ ଫେରାଇ ଆଣି ବଗିରେ ସଂଯୋଗ କରିବା ପରେ ଟ୍ରେନ୍ ଗନ୍ତବ୍ୟସ୍ଥଳକୁ ଯାଇଥିଲା ।

ରାୟଗଡ଼ା ଷ୍ଟେସନଠାରୁ ୬୦ କିଲୋମିଟର ଦୂରରେ ଏହି ଅଘଟଣ ଘଟିଥିଲା । ଘଟଣା ସଂପର୍କରେ ଯାତ୍ରୀମାନେ ଜାଣିବା ପରେ ଭୟଭୀତ ହୋଇ ବଗିରୁ ଓହ୍ଲାଇ ଟ୍ରେନ୍ ଲାଇନ୍ କଡରେ ଛିଡା ହୋଇ ରହିଥିଲେ । ବିଶାଖାପାଟଣା-ନିଜାମୁଦ୍ଦିନ୍ ସମତା ଏକ୍ସପ୍ରେସ୍ ବିଶାଖାପାଟଣା ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିଲା । ବୋବିଲିରୁ ଟ୍ରେନ୍ ପାର୍ବତୀପୁର ଅଭିମୁଖେ ଆସୁଥିବା ବେଳେ ସୀତାନଗରମ୍ ଷ୍ଟେସନ୍ ନିକଟରେ ଇଞ୍ଜିନରୁ ଲଗେଜ୍ ଭ୍ୟାନ୍ ବଗି ଅଲଗା ହୋଇଯାଇଥିଲା ।