ଆଜି ମଲ୍ଲିକାର୍ଜୁନ ଖଡଗେ, ଆସନ୍ତାକାଲି ରାହୁଲ୍ ଗାନ୍ଧୀ: ଶେଷ ଦୁଇ ଦିନରେ କଂଗ୍ରେସର ହାଇଭୋଲଟେଜ ପ୍ରଚାର

241

କନକ ବ୍ୟୁରୋ: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇଦାନରେ ହେଭିୱେଟ୍ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ବାଲେଶ୍ୱର ଓ ଭଦ୍ରକରେ ଜନସଭାକୁ ସମ୍ବୋଧିତ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଓଡି଼ଶା ହେଉ ଅବା କେନ୍ଦ୍ରରେ ବିକାଶ ପାଇଁ କଂଗ୍ରେସ ହିଁ ଭରସା ବୋଲି କହିଛନ୍ତି ଖଡଗେ । ଆସନ୍ତା କାଲି ପ୍ରଚାର ପାଇଁ ଓଡିଶା ଆସିବେ ରାହୁଲ ଗାନ୍ଧୀ ।

ପ୍ରଚାର ଶେଷ ହେବାର ଦିନକ ପୂର୍ବରୁ ବାଲେଶ୍ୱର ଏବଂ ଭଦ୍ରକ ସମାବେଶରେ ଗର୍ଜିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ନୀଳଗିରି ଏବଂ ଚାନ୍ଦବାଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଖଡଗେ । ଓଡି଼ଶା ହେଉ ଅବା କେନ୍ଦ୍ରରେ ବିକାଶ ପାଇଁ କଂଗ୍ରେସ ହିଁ ଭରସା । ତେଣୁ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଖଡଗେ ଅପିଲ୍ କରିଛନ୍ତି । କେବଳ କଂଗ୍ରେସ ହିଁ ରାଜ୍ୟ ଓ କେନ୍ଦ୍ରର ବିକାଶ କରିପାରିବ ବୋଲି ସେ କହିଛନ୍ତି । ଏଥିସହ ମଂଚ ଉପରେୁ ମୋଦୀ ହଟାଓ ଓଡ଼ିଶା ବଂଚାଓର ନାରା ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଦେଶର ସମ୍ବିଧାନ ବିପଦରେ ଥିବା କହି ଲୋକଙ୍କୁ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ସେ ଆହ୍ୱାନ କରିଛନ୍ତି ।

ପ୍ରଚାର ଶେଷ ହେବାକୁ ଯାଉଛି । ଏହାପୂର୍ବରୁ ନେତାଙ୍କ ମଧ୍ୟରେ ବୟାନବାଜି ତେଜିଛି । ରାଜନୈତିକ ମାହୋଲ ସରଗରମ ରହିଥିବା ବେଳେ ଗୁରୁବାର ଓଡିଶା ଆସି ପ୍ରଚାର କରିବେ ରାହୁଲ ଗାନ୍ଧୀ । ଯାହାକ ଶେଷ ମୁହୂର୍ତରେ କଂଗ୍ରେସ ପାଇଁ ଗୋଟିଏ ବଡ ସଂଜୀବନି ସାଜିବ ବୋଲି କୁହାଯାଉଛି । ରାହୁଲଙ୍କୁ ଶିମୁଳିଆରେ ମୈଦାନକୁ ଓହ୍ଲାଇ ପ୍ରଚାର ପ୍ରତିଦ୍ୱନ୍ଦିତାରେ ବିଜେପି ଓ ବିଜେଡିଠୁ କଂଗ୍ରେସ ମଧ୍ୟ କିଛି କମ୍ ନୁହେଁ ବୋଲି ବାର୍ତା ଦେଇଛି ଦଳ । ଯାହା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମାହୋଲ ତିଆରି କରିବ ବୋଲି କୁହାଯାଉଛି । କାରଣ ଦିନକ ପୂର୍ବର ଅମିତ ଶାହ ଏବଂ ନବୀନ ପଟ୍ଟନାୟକ ଆସି ଭଦ୍ରକରେ ପ୍ରଚାର କରିଥିଲେ । ଏହାପରେ ଖଡଗେ ଆସି ପ୍ରଚାର କରିଛନ୍ତି ।

ଚଳିତ ଥର କଂଗ୍ରେସ ୫ ନ୍ୟାୟ, ୨୫ ଗ୍ୟାରେଂଟିକୁ ନେଇ ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରିଛି । ରୋଜଗାର ସୃଷ୍ଟି, ଦାଦନ ସମସ୍ୟା, ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବା କଥା କହି ଭୋଟ୍ ଦେବାକୁ ଅପିଲ କରିଛି କଂଗ୍ରେସ ।