ଚହଳ ପକାଇଲା ପୁଷ୍ପା-୨ର ରୋମାଟିଣ୍ଟିକ୍ ଗୀତ । ରିଲିଜ ପରେ ଲକ୍ଷାଧିକ ଲୋକ ଦେଖି କଲେ ପ୍ରଶଂସା, ଅଗଷ୍ଟ ୧୫ରେ ଆସୁଛି ପୁଷ୍ପା-୨ ।

375

କନକ ବ୍ୟୁରୋ: ବହୁ ପ୍ରତିକ୍ଷିତ ସିନେମା ପୁଷ୍ପା ଟୁର ନୂଆ ଗୀତ ରିଲିଜ ହୋଇଛି । ଗୀତରେ ସିନେମା ମୁଖ୍ୟ କଳାକାର ଆଲ୍ଲୁ ଅର୍ଜୁନ ଓ ରଶ୍ମୀକା ମନ୍ଦାନାଙ୍କ ଚମକ୍ରାର ଅଭିନୟ ଦେଖିବାକୁ ମିଳିଛି । ରିଲିଜ ହେବା ପରେ ଦର୍ଶକଙ୍କ ଗହଣରେ ବେଶ ଲୋକପ୍ରିୟ ସାଉଁଟିଛି ଗୀତ ଅଙ୍ଗାରୋ

ରିଲିଜ ଅପେକ୍ଷାରେ ଥିବା ବହୁ ପ୍ରତିକ୍ଷିତ ସିନେମା ପୁଷ୍ପା ଟୁ ଦ ରୁଲର ନୂଆ ଗୀତ ରିଲିଜ ହୋଇଛି । ରୋମାଟିଂକ ସଙ୍ଗର ଟାଇଟେଲ ରହିଛି ଅଙ୍ଗାରୋ । ଆଲ୍ଲୁ ଅର୍ଜୁନ ଓ ରଶ୍ମୀକା ମନ୍ଦାନାଙ୍କ ଯୋଡି ପୁଣିଥରେ ନୂଆ ରୂପରେ ଦର୍ଶକଙ୍କ ନିକଟକୁ ଫେରିଛନ୍ତି । ଗୀତରେ କିଛି ଟୁଇଷ୍ଟ ଦେଖିବାକୁ ମିଳିଛି । ସୁଟିଂ ସେଟର କିଛି ସିନକୁ ଏଥିରେ ସ୍ଥାନ ଦିଆଯାଇଛି । ଗୀତରେ କଣ୍ଠଦାନ କରିଛନ୍ତି ଶ୍ରେୟା ଘୋଷାଲ । ରାକିବ ଆଲମଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ଦେବୀଶ୍ରୀ ପ୍ରସାଦ । ଅଗଷ୍ଟ ୧୫ରେ ବଡ ପରଦାରେ ୬ଟି ଭାଷା ସହ ରିଲିଜ ହେବ ପୁଷ୍ପା ଟୁ ଦ ରୁଲ ।ସିନେମାର ପ୍ରଥମ ଭାଗ ବକ୍ସ ଅଫିସରେ ରେକର୍ଡ କରିଥିବାବେଳେ ୨ୟ ଭାଗକୁ ସମାନ ସଫଳତା ଦୋହରାଇବାକୁ ଆଶା ରଖିଛି ଟିମ ପୁଷ୍ପା ।