ବିଶ୍ୱକପରେ ମିଳିଲାନି ସ୍ଥାନ, ମନ କଥା କହିଲେ ରିଙ୍କୁ ସିଂ । କ’ଣ କହିଲେ ପଢ଼ନ୍ତୁ…

685

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି । ଜୁନ ୧ରୁ ଆରମ୍ଭ ହେବ ମହାସମର । ଏହା ଭିତରେ ସାମ୍ନାକୁ ଆସିଛି ରିଙ୍କୁ ସିଂଙ୍କ ବଡ ବୟାନ । କ’ଣ ପାଇଁ ତାଙ୍କୁ ଦଳରେ ସ୍ଥାନ ମିଳିନି ସେନେଇ ମୁହଁ ଖୋଲିଛନ୍ତି ରିଙ୍କୁ ।

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନ୍ୟୁୟର୍କରେ ପହଁଚିଛି । କାଉଁଟଡାଉନ ଆରମ୍ଭ ହୋଇଛି, ଜୁନ ୧ରୁ ଆରମ୍ଭ ହେବ ମହାସମର । ୧୧ଜଣିଆ ଖେଳାଳୀଙ୍କୁ ନେଇ ଟିମ ଇଣ୍ଡିଆ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ । ସେପଟେ ଦଳରେ ସ୍ଥାନ ନପାଇବା ପରେ ଏବେ ମୁହଁ ଖୋଲିଛନ୍ତି ରିଙ୍କୁ ସିଂ ।

ଏକ ସାକ୍ଷାତକାରରେ ରିଙ୍କୁ କହିଛନ୍ତି—ଭଲ ପ୍ରଦର୍ଶନ ସତ୍ୱେ ଦଳରେ ସ୍ଥାନ ନମିଳିଲେ ନିଶ୍ଚିତଭାବେ ଖରାପ ଅନୁଭବ ହୁଏ । ତେବେ ଦଳରେ ସନ୍ତୁଳନ ରକ୍ଷାକରି ତାଙ୍କର ଚୟନ କରାଯାଇଛି । ଯାହା ନିଜ ଆୟତ୍ତରେ ନାହିଁ ତାକୁ ନେଇ ଚିନ୍ତା କରିବା ଉଚିତ ନୁହେଁ । ରିଙ୍କୁ ଆହୁରି ମଧ୍ୟ କହିଛନ୍ତି–ଦଳ ଘୋଷଣା ପରେ ନିରାଶ ହୋଇପଡ଼ିଥିଲି । ଯାହା ବି ହୁଏ ଭଲ ପାଇଁ ହୁଏ । ଆଗାମୀ ବିଶ୍ୱକପ ପ୍ରସ୍ତୁତି ଉପରେ ଅଧିକ ଫୋକସ କରୁଛି । ରୋହିତ ଭାଇ ଅଧିକ ଭଲ ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଛନ୍ତି ।

ଉଭୟ ରିଙ୍କୁ ସିଂ ଏବଂ ମିଚେଲ ଷ୍ଟାର୍କ କୋଲକାତା ପାଇଁ ଖେଳୁଛନ୍ତି । କିନ୍ତୁ ଷ୍ଟାର୍କଙ୍କ ଦରମା ୨୪ କୋଟି ୭୫ ଲକ୍ଷ ଥିବା ବେଳେ ରିଙ୍କୁ ମାତ୍ର ୫୫ ଲକ୍ଷ ଟଙ୍କା ପାଉଛନ୍ତି । ଏତିକି ଦରମାରେ ସେ ଖୁସୀ ଅଛନ୍ତି କି ବୋଲି ପ୍ରଶ୍ନରେ ରୀଙ୍କୁ କହିଛନ୍ତି, ୫୫ ଲକ୍ଷ ତାଙ୍କ ପାଇଁ ବହୁତ । ଭଗବାନ ଯାହା ଦେଇଛନ୍ତି ସେଥିରେ ସେ ଖୁସି ଅଛନ୍ତି । ୨୦୨୩ ଆଇପିଏଲ ତୁଳନାରେ ଚଳିତ ଆଇପିଏଲ ରିଙ୍କୁଙ୍କ ପ୍ରଦର୍ଶନ ସେଭଳି ଆଖି ଦୃଶିଆ ହୋଇପାରିନି । କାରଣ ଏଥର ବହୁତ କମ ମ୍ୟାଚ ଖେଳିଛନ୍ତି ରିଙ୍କୁ । କେବଳ ୧୬୮ରନ କରିପାରିଛନ୍ତି । ତେବେ ଜୁନ ୧ରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପ ଟିମରେ ସ୍ଥାନ ପାଇନଥିଲେ ମଧ୍ୟ ଅତିରିକ୍ତ ଖେଳାଳି ଭାବେ ଟିମରେ ଅଛନ୍ତି । ୪ଜଣଙ୍କୁ ରିଜର୍ଭ ଖେଳାଳୀଙ୍କ ମଧ୍ୟରେ ଅଛନ୍ତି ରିଙ୍କୁ ସିଂ । ଯଦି ବିଶ୍ୱକପରେ ଖେଳିବାକୁ ସୁଯୋଗ ମିଳେ ସେ ନିଜର ପ୍ରତିଭା ସାବ୍ୟସ୍ତ କରିପାରିବାର ଦକ୍ଷତା ରଖିଛନ୍ତି ।