ଦବିବା ପରେ ଓଭରବ୍ରିଜ ମରାମତି କାମ ଆରମ୍ଭ: ଭୁବନେଶ୍ୱର-ପୁରୀ ବାଇପାସ୍, ହାଇଟେକ୍ ଛକରେ ଗତକାଲି ଦବିଯାଇଥିଲା ଫ୍ଲାଏଓଭର

ଗୋଟେ ପଟେ ରାସ୍ତା ବନ୍ଦ କରି ଏନଏଚଆଇର ମରାମତି

327

କନକ ବ୍ୟୁରୋ: ଗୋଟିଏ ବର୍ଷ ତଳେ ନିର୍ମାଣ ହୋଇଥିବା ଫ୍ଲାଏ ଓଭର ଦବି ଯିବା ପରେ କାମ ଆରମ୍ଭ ହୋଇଛି । ଭୁବନେଶ୍ୱର-ପୁରୀ ବାଇପାସ, ହାଇଟେକ ଛକରେ ଦବିଯାଇଛି ଓଭରବ୍ରିଜ୍ । ଫ୍ଲାଏ ଓଭର ଦୁଇଟି ଅଂଶକୁ ଯୋଡୁଥିବା ସଂଯୋଗ ସ୍ଥଳ ଅଚାନକ୍ ୬ ଇଂଚ ପର୍ଯ୍ୟନ୍ତ ଦବିଯାଇଛି । ଯାହା ଫଳରେ ଏହି ଫ୍ଲାଏ ଓଭରରେ ଯାତାୟତ ପ୍ରଭାବିତ ହୋଇଛି ।

ଗୋଟିଏ ପଟେ ରାସ୍ତାକୁ ବନ୍ଦ କରି ଏନଏଚଆଇ ପକ୍ଷରୁ ମରାମତି କରାଯାଇଛି । ଯେଉଁ ପଟରେ ଫ୍ଲାଏ ଓଭର ଦବି ଯାଇଛି ସେପଟ ରାସ୍ତାକୁ ବନ୍ଦ କରାଯାଇଛି । ଗୋଟିଏ ପଟ ଦେଇ ଗାଡ଼ି ମଟର ଯିବା ଆସିବା କରୁଛି । କୌଣସି ଅଘଟଣ ଆଶଙ୍କାକୁ ଏଡାଇବା ପାଇଁ ପୁଲିସ କଡନ୍ ଦେଇ ରାସ୍ତାକୁ ବନ୍ଦ କରି କାମ ଆରମ୍ଭ ହୋଇଛି । କାମ ନିମ୍ନମାନର ହୋଇଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ୧୩ ଅଗଷ୍ଟ ୨୦୧୮ରେ ଏହି ଫ୍ଲାଏ ଓଭର ଉଦଘାଟନ ହୋଇଥିଲା ।