ୟୁପିରେ ଯୋଗୀ ସରକାରକୁ ଘେରିଲେ ବିରୋଧୀ: ବିଧାନସଭା ଆଗରେ ବିରୋଧ ପ୍ରଦର୍ଶନ କଲା ସମାଜବାଦୀ ପାର୍ଟି

79

କନକ ବ୍ୟୁରୋ: ଯୋଗୀ ସରକାର ବିରୋଧରେ ଆନ୍ଦୋଳନ । ବିରୋଧୀ ସମାଜବାଦୀ ପାର୍ଟି ଏହି ଆନ୍ଦୋଳନ କରିଛି । ଏସପି ଅଫିସରୁ ବିଧାନସଭା ଅଭିମୁଖେ ପଦଯାତ୍ରା କରୁଥିବା ବେଳେ ପୋଲିସ ଅଟକାଇଥିଲା । ବେରୋଜଗାରୀ, ଦରଦାମ ବୃଦ୍ଧି, ଆଇନ ଶୃଙ୍ଖଳାକୁ ପ୍ରସଙ୍ଗ କରି ଯୋଗୀ ସରକାର ବିରୋଧରେ ପ୍ରତିବାଦ କରିଛି ବିରୋଧୀ । ତେବେ ବିରୋଧୀଙ୍କ ପଦଯାତ୍ରା ପୂର୍ବରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବ୍ୟାରିକେଡ କରାଯାଇ ପ୍ରଦର୍ଶନକାରୀଙ୍କୁ ଅଟକାଇଥିଲା ପୋଲିସ । ରାଜ୍ୟ ସରକାର ଦୁର୍ନିତିରେ ବୁଡିଛନ୍ତି । ସରକାର ବିରୋଧୀଙ୍କ ପ୍ରଶ୍ନ ଉତର ଦେବାକୁ ଡରୁଛନ୍ତି ବୋଲି ସେ କହିଛନ୍ତି । ପୂର୍ବରୁ କେବେ ଏପରି ଦୁର୍ନୀତି ହୋଇନଥିଲା ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି ।