ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା: ଗିରଫ ହେଲେ କୁଳପତି ସୁବିରେଶ ଭଟ୍ଟାଚାର୍ଯ୍ୟ

102

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟଲାରେ ଆଉ ଜଣେ ଗିରଫ । ପୂର୍ବତନ ଏସଏସସି ଅଧ୍ୟକ୍ଷ ତଥା ଉତର ବେଙ୍ଗଲ ବିଶ୍ୱବିଦ୍ୟାଳୟର ଭାଇସ ଚ୍ୟାନସେଲର ସୁବିରେଶ ଭଟାଚାର୍ଯ୍ୟ ଗିରଫ ହୋଇଛନ୍ତି । ୨୦୧୪ରୁ ୨୦୧୮ ସେ ଏସଏସସି ଅଧ୍ୟକ୍ଷ ଥିଲେ । ଏହି ସମୟରେ ସେ ଦୁର୍ନୀତି କରିଥିବା ଅଭିଯୋଗ ରହିଛି । ଏହି ଦୁର୍ନୀତି ମାମଲାରେ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜି ଗିରଫ ହୋଇଛନ୍ତି । ଇଡି ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିଛି । ଏବେ ପାର୍ଥ ଚାଟାର୍ଜିଙ୍କୁ ସିବିଆଇ ନିଜ ହେପାଜତରେ ରଖିଛି । ଅନ୍ୟପଟେ ସୋମବାର ଇଡି ଏହି ମାମଲାରେ ଚାର୍ଜଶିଟ୍ ଦାଖଲ କରିଛି । ପାର୍ଥ ଏବଂ ଅର୍ପିତା ଗିରଫ ହେବାର ୫୮ ଦିନ ପରେ ଇଡି ଚାର୍ଜଶିଟ ଦାଖଲ କରିଛି । ଚାର୍ଜଶିଟରେ ୬ଟି କମ୍ପାନୀ, ପାର୍ଥ ଚାଟାର୍ଜି, ଅର୍ପିତା ମୁଖାର୍ଜୀଙ୍କ ନାଁ ରହିଛି । ମୋଟ୍ ୧୭୨ ପୃଷ୍ଠାର ଚାର୍ଜଶିଟ୍ ଦାଖଲ ହୋଇଛି । ଇଡିର ସୂଚନା ଅନୁଯାୟୀ ଏଯାବତ ପାର୍ଥ ଏବଂ ଅର୍ପିତାଙ୍କଠୁ ଜବତ ସୁନା, ଗହଣା ସହିତ ନଗଦ ଟଂକା ଏବଂ ବିଭିନ୍ନ ସ୍ଥାନରେ ଥିବା ଫ୍ଲାଟ ଓ ବ୍ୟାଙ୍କ ଆକାଉଂଟ ଟଂକାକୁ ମିଶାଇ ମୋଟ୍ ୧୦୩ କୋଟି ଟଂକାର ସଂପତି ଜବତ ହୋଇଛି ।