ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ହୁବଲି ଷ୍ଟେସନ : ୧୫୦୭ ମିଟର ଲମ୍ବା ଏହିି ପ୍ଲାଟଫର୍ମକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ

131

କନକ ବୁରୋ : ବିଶ୍ୱର ଦୀଘତମ ରେଳ ପ୍ଲାଟଫର୍ମ ଭାବେ କର୍ଣ୍ଣାଟକର ହୁବଲି ରେଳ ଷ୍ଟେସନ ଗିନିଜ୍ ବୁକ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ଲାଟଫର୍ମର ଉଦାଘାଟନ କରିଥିଲେ । ୧୫୦୭ ମିଟର ଲମ୍ବର ଏହି ପ୍ଲାଟଫର୍ମ ୨୦ କୋଟି ଟଙ୍କାରେ ନିର୍ମାଣ କରାଯାଇଛି । କର୍ଣ୍ଣାଟକ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗତକାଲି ୧୬ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିଲେ ମୋଦୀ ।

ବେଙ୍ଗାଲୁର-ମହୀସୁର ଏକ୍ସପ୍ରେସ୍ ୱେ ସମେତ ଅନ୍ୟାନ୍ୟ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ । ୮ ହଜାର ୪୮୦ କୋଟି ଟଙ୍କାରେ ଏହି ଏକ୍ସପ୍ରେସ୍ ୱେ ନିର୍ମାଣ କରଯାଇଈଛି । ଏହା ଦ୍ୱାରା ୩ ଘଣ୍ଟାର ଯାତ୍ରା ପ୍ରାୟ ୭୫ ମିନିଟକୁ ହ୍ରାସ ପାଇବ ବୋଲି କୁହରଯାଉଛି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ଭଳି ବଡ ରାଜ୍ୟର ବିଧାନସଭା ନିର୍ବାଚନ ହେଉଥିବାରୁ ଏହା ଉପରେ ବିଜେପି ସମେତ କଂଗ୍ରେସ ମଧ୍ୟ ଗୁରୁତ୍ୱ ଦେଇଛି ।

ମାଣ୍ଡ୍ୟାରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ମୋଦୀ ବିରୋଧୀ କଂଗ୍ରେସ ଦଳ ଓ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି। କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ପାଇଁ ସମାଧି ଖୋଳିବାରେ ବ୍ୟସ୍ତ । କିନ୍ତୁ ପ୍ରଧାନମନ୍ତ୍ରୀ ଗରିବଙ୍କ ଜୀବନକୁ ସୁଧାରିବାରେ ବ୍ୟସ୍ତ । ଲୋକଙ୍କ ବିଶ୍ବାସ ହିଁ ମୋର ଢାଲ । କର୍ଣ୍ଣାଟକକୁ ସଶକ୍ତ କରିବାରେ ମୁଁ ବ୍ୟସ୍ତ ଅଛି ବୋଲି ମୋଦୀ କହିଛନ୍ତି । ୨୦୧୪ ପୂର୍ବରୁ କେନ୍ଦ୍ରରେ କଂଗ୍ରେସ ସରକାର ଗରିବ ଲୋକଙ୍କୁ ନଷ୍ଟ କରିବାପାଇଁ କୌଣସି ବି ଗୋଟିଏ ଉପାୟ ହାତଛଡ଼ା କରିନଥଲା। ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କାକୁ କଂ‌ଗ୍ରେସ ସରକାର ଲୁଟି ନେଇଥିଲେ ।

ରାହୁଲ ଗାନ୍ଧିଙ୍କ ଉପରେ ସିଧାସଳଖ ଆକ୍ରମଣ କରି ମୋଦୀ କହିଛନ୍ତି, ଏହା ଅତ୍ୟନ୍ତ ଲଜ୍ଜାଜନକ ଯେ କିଛି ଲୋକ ଲଣ୍ଡନରେ ରହି ଭାରତୀୟ ଗଣତନ୍ତ୍ରକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ମୋଦୀ କହିଛନ୍ତି, ଅତ୍ୟନ୍ତ ସତର୍କତାର ସହ ଭାରତୀୟ ଗଣତନ୍ତ୍ରର ମୂଳକୁ ଗୁନ୍ଥା ହୋଇଛି । କୌଣସି ବି ଶକ୍ତି ଦେଶର ଗାଣତାନ୍ତ୍ରିକ ପରମ୍ପରାରେ କିଛି କ୍ଷତି ପହଞ୍ଚାଇ ପାରିବନି । କିନ୍ତୁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଲଣ୍ଡନରେ କିଛି ଲୋକ ଭାରତୀୟ ଗଣତନ୍ତ୍ରକୁ ନେଇ ପ୍ରଶ୍ନ ଉଠାଉଛନ୍ତି । କିଛି ଲୋକ ଲଗାତାର ଭାବେ ଭାରତର ଗଣତନ୍ତ୍ରକୁ ନେଇ ପ୍ରଶ୍ନ ଉଠାଉଛନ୍ତି ।