ପୁଣି ଭାରତୀୟ ଟିମକୁ ଫେରିବେ କି ଧୋନୀ, ରବି ଶାସ୍ତ୍ରୀଙ୍କ ବୟାନ ପରେ ବଢିଲା ଚର୍ଚ୍ଚା

939

କନକ ବ୍ୟୁରୋ : ପୁଣି ଭାରତୀୟ ଟିମକୁ ଫେରିବେ କି କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀ । ବର୍ତମାର ସ୍ଥିତି ଏବଂ ଚଳିତ ଆଇପିଏଲରେ ୱିକେଟ କିପର ବ୍ୟାଟରଙ୍କ ପଦର୍ଶନକୁ ଦେଖି ଧୋନୀଙ୍କୁ ଭାରତୀୟ ଟେଷ୍ଟ ଟିମକୁ ଫେରିବାକୁ ଦାବି କରିଛନ୍ତି ପ୍ରଶଂସକ । ଯାହାକୁ ସମର୍ଥନ ଜଣାଇଛନ୍ତି ଟିମ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ । ଆଇପିଏଲରେ ଯୁବ ୱିକେଟ କିପରଙ୍କ ଅପେକ୍ଷା ଧୋନୀଙ୍କ ପଦର୍ଶନ ଭଲ ରହିଥିବା କହିଛନ୍ତି ଶାସ୍ତ୍ରୀ । ଆସନ୍ତା ଜୁନ ଦ୍ୱିତୀୟ ସପ୍ତାହରେ ଇଂଲଣ୍ଡରେ ବଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ ଖେଳାଯିବ । ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଏହି ମ୍ୟାଚରେ ଧୋନୀଙ୍କୁ ୱିକେଟ କିପର ଭାବେ ଟିମରେ ସାମିଲ କରିବାକୁ ଦାବି କରିଛନ୍ତି କ୍ରିକେଟ ପ୍ରଶଂସକ ।

ଉଭୟ ୱିକେଟ କିପିଂ ଏବଂ ବ୍ୟାଟିଂରେ ଧୋନୀଙ୍କ ଭଲ ପଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଯଦିଓ ୩ ବର୍ଷ ପୂର୍ବରୁ ଆନ୍ତର୍ଜାତୀୟ କ୍ରିିକେଟରୁ ଧୋନୀ ଅବସର ନେଇଯାଇଛନ୍ତି ହେଲେ ତାଙ୍କର ପଦର୍ଶନ ଏବେବି ଚମତ୍କାର ରହିଛି । ଏପଟେ ଭାରତକୁୁ ବିଶ୍ୱ ଟେଷ୍ଟ ଚମ୍ପିୟନସିପ୍ ଟାଇଟଲ ହାତେଇବାକୁ ହେଲେ ଧୋନୀଙ୍କ ଅଭିଜ୍ଞତାର ମଧ୍ୟ ଆବଶ୍ୟକତା ମଧ୍ୟ ରହିଛି । ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିବା ପରେ ମଧ୍ୟ ଇଂଲଣ୍ଡର କେଭିନ ପିଟରସନ୍, ୱେଷ୍ଟ ଇଣ୍ଡିଜର ଡ୍ୱେଏନ ବ୍ରାଭୋ, ପାକିସ୍ତାନର ଇମ୍ରାନ ଖାନ, ସହୀଦ ଆଫ୍ରିଦୀ, ଜାଭେଦ ମିଆଁଦାଦ ପୁଣି ଥରେ ଦଳକୁ ଫେରିଥିବାର ନଜିର ରହିଛି ।