ପୁଣି ରାଜ୍ୟରେ କରୋନା ମିଟର ଉପରମୁହାଁ : ୨୪ ଘଂଟାରେ ୬ ହଜାର ୫୯୯ ଆକ୍ରାନ୍ତ ଚିହ୍ନଟ, ୯ ମୃତ

186

କନକ ବ୍ୟୁରୋ : ଆଜି ପୁଣି ଉପରମୁହାଁ ରାଜ୍ୟର କରୋନା ମିଟର । ଦିନକରେ ୬ ହଜାର ୫୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଦିନକରେ ୯ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟର କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୯୯୭ରେ ପହଁଚିଛି । ସେହିପରି ୨୪ ଘଂଟାରେ ୩ ହଜାର ୪୬୪ ଜଣ ସୁସ୍ଥ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୫୫୧, କଳାହାଣ୍ଡିରୁ ୫୧୮, କଟକରୁ ୪୮୮, ଝାରସୁଗୁଡାରୁ ୪୩୬, ସୁନ୍ଦରଗଡରୁ ୪୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୩୨୩, ଯାଜପୁରରୁ ୨୩୭, ସମ୍ବଲପୁରରୁ ୨୨୬, ନବରଙ୍ଗପୁରରୁ ୨୨୧, ବରଗଡରୁ ୨୦୩, , ଅନୁଗୁଳରୁ ୧୮୭, ପୁରୀରୁ ୧୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇବା ପରେ ୧୫ଟି ଜିଲ୍ଲା ରେଡ୍ ଜୋନକୁ ଚାଲିଯାଇଛି ।

ଖୋର୍ଦ୍ଧା ଜିଲ୍ଳାରେ ସର୍ବାଧିକ ୮ ହଜାର ୩୮୮ ସକ୍ରିୟ ସଂକ୍ରମିତ ରହିଥିବାବେଳେ ସୁନ୍ଦରଗଡରେ ୫ ହଜାର ୮୮୮ ସକ୍ରିୟ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୯ ହଜାର ୭୫ରେ ପହଁଚିଛି । ଗତ ୨୪ ଘଂଟାରେ ପରୀକ୍ଷା କରାଯାଇଥିବା ୩୯ ହଜାର ୬୪୨ ନମୁନାରୁ ୬ ହଜାର ୫୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।