କନକ ବ୍ୟୁରୋ : ରାଜ୍ୟ ସରକାର କହୁଛନ୍ତି ଓଡିଶାରେ ଅକ୍ସିଜେନର ଅଭାବ ନାହିଁ । କରୋନା ଆକ୍ରାନ୍ତଙ୍କ ପାଇଁ ଆବଶ୍ୟକ ହେଉଥିବା ଅକ୍ସିଜେନ୍ ତୁଳନାରେ ଢେର ଅଧିକ ଉତ୍ପାଦନ ହେଉଛି । ସରକାରୀ ତଥ୍ୟ ଅନୁସାରେ ଏହା ସତ ମଧ୍ୟ । ହେଲେ ରାଜ୍ୟରେ ଅକ୍ସିଜେନର ଆବଶ୍ୟକତା ବଢିଥିବା ନେଇ ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି । ଓଡିଶାରେ ଯେଭଳି କ୍ରମାଗତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି ଓ ହସ୍ପିଟାଲ ଆଇସିୟୁରେ ରୋଗୀ ସଂଖ୍ୟା ବଢୁଛି, ତାକୁ ଦେଖି ଆମକୁ ପ୍ରସ୍ତୁତ ରହିବାକୁ ପଡିବ । ଜାଣନ୍ତୁ ରାଜ୍ୟରେ ପ୍ରଥମ ଓ ଦ୍ୱିତୀୟ ଲହର ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ।
- ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ବଢିଛି ଅକ୍ସିଜେନ୍ ଆବଶ୍ୟକତା
- ଗତବର୍ଷ ସେପ୍ଟେମ୍ବରରେ ରାଜ୍ୟରେ ଶୀର୍ଷରେ ଥିଲା କରୋନା ସଂକ୍ରମଣ
- ସେପ୍ଟେମ୍ବର ୨୭ ବେଳକୁ ରାଜ୍ୟରେ ୮୨୦ ରୋଗୀ ଆଇସିୟୁରେ ଥିଲେ
- ସେତେବେଳେ ଦୈନିକ ୨୩ ମେଟ୍ରିକ ଟନ୍ ଅକ୍ସିଜେନ୍ ଆବଶ୍ୟକ ହେଉଥିଲା
- ରାଜ୍ୟରେ ଗତକାଲି ସୁଦ୍ଧା ଆଇସିୟୁରେ ଅଛନ୍ତି ୭୪୮ କରୋନା ଆକ୍ରାନ୍ତ
- ଏମାନଙ୍କ ପାଇଁ ଦୈନିକ ଅକ୍ସିଜେନ୍ ଆବଶ୍ୟକ ପଡୁଛି ୩୫.୯୯ ମେଟ୍ରିକ୍ ଟନ୍
- ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଅଧିକ ଅକ୍ସିଜେନ୍ ଆବଶ୍ୟକ ହେଉଛି
- ରାଜ୍ୟରେ ଦୈନିକ ପ୍ରାୟ ୫୦୦ ମେଟ୍ରିକ ଟନ୍ ଅକ୍ସିଜେନ ଉତ୍ପାଦନ କ୍ଷମତା ଅଛି
- ସିଲିଣ୍ଡର ଜରିଆରେ ୧୨୯.୬୮ ଓ ତରଳ ଅକ୍ସିଜେନ୍ ୩୭୫ ମେଟ୍ରିକ ଟନ୍ ଉତ୍ପାଦନ କ୍ଷମତା ଅଛି
- ଡବ୍ଲୁଏଚଓର ଫର୍ମୁଲା ଅନୁସାରେ ୧୦୦ ଆକ୍ରାନ୍ତଙ୍କ ପାଇଁ ଦୈନିକ ୨.୮ ମେଟ୍ରିକ ଟନ୍ ଅକ୍ସିଜେନ ଦରକାର
- ଓଡିଶାର କ୍ଷମତା ଅନୁସାରେ ୪ ହଜାର ୬୦୦ ରୋଗୀଙ୍କୁ ଦୈନିକ ଯୋଗାଇ ହେବ ଅକ୍ସିଜେନ୍