ବଢ଼ିବାରେ ଲାଗିଛି ଦେଶରେ ସଂକ୍ରମଣ : ୨୪ ଘଂଟାରେ ୩ ଲକ୍ଷ ୫୨ ହଜାର ୯୯୧ ଆକ୍ରାନ୍ତ ଚିହ୍ନଟ, ୨, ୮୧୨ ମୃତ

98

କନକ ବ୍ୟୁରୋ : ବେଲଗାମ କରୋନା ସଂକ୍ରମଣ । ଗତ ୨୪ଘଂଟାରେ ଦେଶରୁ ପୁଣି ଚିହ୍ନଟ ହୋଇଛନ୍ତିି ୩ଲକ୍ଷ ୫୨ ହଜାର ୯୯୧ ନୂଆ ସଂକ୍ରମିତ । ସେହିପରି ଦେଶରେ ଗତ ୨୪ଘଂଟାରେ ୨ ହଜାର ୮୧୨ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨ଲକ୍ଷ ୧୯ ହଜାର ୨୭୨ଜଣ ସୁସ୍ଥ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୭୩ଲକ୍ଷ ୧୩ ହଜାର ୧୬୩ରେ ପହଁଚିଛି । ସେହିପରି କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୯୫ ହଜାର ୧୨୩ ହୋଇଛି । ଦେଶରେ ଏବେ ୨୮ଲକ୍ଷ ୧୩ ହଜାର ୬୫୮ ସକ୍ରିୟ ସଂକ୍ରମିତ ରହିଛନ୍ତି ।