ପ୍ରୟାଗରାଜ ସାହି ସ୍ନାନରେ ସାମିଲ ହେଲେ ଓଡିଆ ସାଧୁ ସନ୍ଥ । ଆଶୀର୍ବାଦ ନେବାକୁ ଭକ୍ତଙ୍କ ଭିଡ

140

କନକ ବ୍ୟୁରୋ: ପ୍ରୟାଗରାଜ କୁମ୍ଭମେଳାରେ ମୁଖ୍ୟ ଆକର୍ଷଣ ହେଉଛନ୍ତି ସାଧୁସନ୍ଥ । ସାଧୁଙ୍କ ବେଶ ଭୂଷା, କଠିନ ସାଧନା ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି । ତେବେ କୁମ୍ଭମେଳାରେ ସାହି ସ୍ନାନ କରିବାକୁ ଓଡିଶାର ବହୁ ସାଧୁସନ୍ଥ ମଧ୍ୟ ଯାଇଛନ୍ତି । ଓଡିଆ ବାବାଙ୍କ ଆଶିର୍ବାଦ ନେବାକୁ ଭକ୍ତଙ୍କ ଭିଡ ହେଉଛି ।

କୁମ୍ଭମେଳାର ଚର୍ଚ୍ଚିତ ବାବା

ଷ୍ଟାଣ୍ଡିଙ୍ଗ ବାବା

ପ୍ରୟାଗରାଜର ଏହି ମେଳାରେ ଦେଖିବାକୁ ମିଳିଛି ଭିନ୍ନ ଭିନ୍ନ ଶୈଳିରେ ଜୀବନ ବିତାଉଥିବା ସାଧୁମାନଙ୍କୁ । ଆଉ ଏହା ଭିତରେ ଆକର୍ଷଣ ପାଲଟିଛନ୍ତି ହାତଟେକା ବାବା, ପାଇଲଟ୍ ବବା ଓ ଠିଆ ବାବାଙ୍କ ଭଳି ଅନେକ ସାଧୁ । ବିଶ୍ୱାସ ହେବ ନାହିଁ ଦୀର୍ଘ ୯ବର୍ଷ ହେଲା ବାବା ଗୋଡିଏ ଗୋଡରେ ଛିଡା ହୋଇ ରହିଛନ୍ତି । ଏପରିକି ବାବା ନିଜର ସମସ୍ତ ନିତ୍ୟକର୍ମ କଲାବେଳେ ମଧ୍ୟ ଏହି ଭଳି ଛିଡା ହୋଇ ରୁହନ୍ତି । ଆହୁରି ଆଶ୍ଚର୍ଯ୍ୟ ଲାଗିବ ବାବା ଏମିତି ଛିଡା ହୋଇ ଶୋଇ ଯାଆନ୍ତି । ତେବେ କେବଳ ଚାଲିବା ସମୟରେ ଅନ୍ୟ ଗୋଡଟିକୁ ବ୍ୟବହାର କରୁଛନ୍ତି ।

ପାଇଲଟ୍ ବାବା

କୁମ୍ଭମେଳାରେ ପାଇଲଟ୍ ବାବା । ବାୟୁସେନାରୁ ସନ୍ୟାସୀ । ବାୟୁସେନାରେ ୱିଙ୍ଗ୍ କମାଣ୍ଡର ଭାବେ କାର୍ଯ୍ୟକରିଥିବା କପିଲ ସିଂ ବର୍ତମାନ ପାଇଲଟ ବାବା ଭାବେ ପରିଚିତ୍ । ତିନି ତିନିଟି ଯୁଦ୍ଧରେ ଲଢ଼ିଥିବା ପାଇଲଟ ଚାକିରୀରୁ ଅବସର ନେବା ପରେ ଅଚାନକ ସନ୍ୟାସୀ ମାର୍ଗରେ ଯାଇଥିଲେ । ବିଶ୍ୱର ପ୍ରାୟ ୧୬୦ଟି ଦେଶରେ ପାଇଲଟ୍ ବାବାଙ୍କର ଭକ୍ତ ରହିଛନ୍ତି ।

 ରୁଦ୍ରାକ୍ଷ ବାବା

କୁମ୍ଭମେଳାକ୍ଷହ ଏଭଳି ଜଣେ ନାଗା ବାବା ଅଛନ୍ତି ଯିଏକି ବେକରେ ଧାରଣ କରିଛନ୍ତି ୭୦ କିଲୋଗ୍ରାମର ରୁଦ୍ରାକ୍ଷ । ଏତିକି ପରିମାଣ ଓଜନର ରୁଦ୍ରାକ୍ଷ ପିନ୍ଧି ସେ ପ୍ରୟାଗରାଜ କୁମ୍ଭମେଳାର ଡେରା ପକାଇଛନ୍ତି ।