ମାତ୍ର ୨ ମାସର ଶିଶପୁତ୍ର ଘରୁ ଚୋରି ହୋଇଥିବା ଅଭିଯୋଗ । ନୂଆପଡା ଉଲୁଣ୍ଡା ବ୍ଲକର ଅଇଁଲାଛାଟର ଘଟଣା, ପୋଲିସର ତଦନ୍ତ

64

କନକ ବ୍ୟୁରୋ : ନୂଆପଡା ଜିଲ୍ଲା ଉଲୁଣ୍ଡା ବ୍ଲକ ଅଇଁଲାଛାଟ ଗ୍ରାମରୁ ଦୁଇ ମାସର ଶିଶୁପୁତ୍ର ଚୋରି ଅଭିଯୋଗ ହୋଇଛି । ଶୁକ୍ରବାର ମଧ୍ୟାହ୍ନରୁ ଚଢେଇପଙ୍କ ଗାଁର ମନୋରଂଜନ ବାଘଙ୍କ ପରିବାରରୁ ଦୁଇ ମାସର ଶିଶୁପୁତ୍ରକୁ ଆଉ ପାଉ ନାହାନ୍ତି । ଗ୍ରାମର ଜଣେ ମହିଳା ତାଙ୍କ ଘରକୁ ଯାଇ ଶିଶୁ ପୁତ୍ରକୁ ଧରିଥିଲେ । କିଛି ସମୟ ପରେ ଆଉ ସେମାନେ ପୁଅକୁ ପାଇନଥିଲେ ।

ପରିବାର ଲୋକେ ସେହି ମହିଳାଙ୍କୁ ପଚାରିବାକୁ ସେ ମାନସିକ ବିକାରଗସ୍ତ ବୋଲି ଜଣାପଡିଥିଲା । ଥାନାରେ ଅଭିଯୋଗ ପରେ ପୋଲିସ ଗାଁରେ ପହଁଚି ପଚରାଉଚରା କରିଛି । ଶିଶୁକୁ ଧରିଥିବା ସେହି ମାନସିକ ବିକାରଗସ୍ତ ମହିଳା ଏବଂ ତାଙ୍କ ସ୍ୱାମୀକୁ ପୋଲିସ ଅଟକ ରଖିଛି । ଶେଷ ଖବର ସୁଦ୍ଧା ନିଖୋଜ ଶିଶୁ ପୁତ୍ରର କୌଣସି ସନ୍ଧାନ ମିଳିନଥିବା ଜଣାପଡିଛି ।