ବ୍ୟାଙ୍କ ଜମାରୁ ୧୨ଲକ୍ଷ ଟଙ୍କା ଗାଏବ ହେବା ମାମଲା । ଅଢେଇ ଲକ୍ଷ ଫେରିପାଇଲେ ଜମାକାରୀ

261

କନକ ବ୍ୟୁରୋ : ବାଲେଶ୍ୱର ଫକୀର ମୋହନ ଗୋଲେଇରେ ଥିବା ଇଣ୍ଡସଇଣ୍ଡ ବ୍ୟାଙ୍କରେ ଫିକ୍ସ ଡିପୋଜିଟ ଓ ଜମା ଖାତାରୁ ୧୨ ଲକ୍ଷ ଟଙ୍କା ଗାଏବ ହେବା ଘଟଣାରେ ଅଢ଼େଇ ଲକ୍ଷ ଟଙ୍କା ଫେରପାଇଛନ୍ତିି ଜମାକାରୀ । ଜମାଖାତାରୁ ଟଙ୍କା ଗାଏବ ହେବା ଘଟଣାରେ ଅବହେଳା କରାଯାଇଥିବା ବ୍ୟାଙ୍କ କର୍ତୃପକ୍ଷ ମାନିବା ସହ ଏହି ଅର୍ଥ ଜମାକାରୀ ଦମ୍ପତି ସମୀର ଓ ଜ୍ୟୋତି ପ୍ରଧାନଙ୍କୁ ଫେରାଇଛନ୍ତି ।

ଫିକ୍ସ ଡିପୋଜିଟରୁ ୧୦ ଲକ୍ଷ ଗାଏବ ହେବା ପରେ ଜମା ଖାତା ଅଚଳ କରିବାକୁ ବ୍ୟାଙ୍କକୁ ସେମାନେ କହିଥିଲେ ବି, ବ୍ୟାଙ୍କ କର୍ମଚାରୀ ପ୍ରଥମେ ଥାନାରେ ଏଫଆଇଆର କରିବାକୁ କହିଥିଲେ, ଆଉ ଏହି ସମୟ ଭିତରେ ଜମା ଖାତାରୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା । ଏବେ ସେଇ ଅଢ଼େଇ ଲକ୍ଷ ଟଙ୍କା ଫେରିପାଇଥିବା ବେଳେ ଫିକ୍ସ ଡିପୋଜିଟରୁ ଗାଏବ ହୋଇଥିବା ୧୦ ଲକ୍ଷ ଟଙ୍କା କେବେ ଫେରିପାଇବେ, ସେହି ଚିନ୍ତାରେ ଜମାକାରୀ । ସେପଟେ ଏହି ମାମଲାରେ ସାଇବର ଥାନା ତଦନ୍ତ କରୁଛି, ତଦନ୍ତ ପରେ ଯାହା କାର୍ଯ୍ୟାନୁଷ୍ଠାନ ବୋଲି ସାଇବ ଥାନା ଅଧିକାରୀ କହିଛନ୍ତି ।

ସୂଚନାଯୋଗ୍ୟ, ନୀଳଗିରି ଅଞ୍ଚଳର ସମୀର ପ୍ରଧାନ ଓ ତାଙ୍କ ସ୍ତ୍ରୀ ଜ୍ୟୋସ୍ନା ବାଲେଶ୍ଵର ଫକୀର ମୋହନ ଗୋଲେଇରେ ଥିବା ଇଣ୍ଡସଲାଣ୍ଡ ବ୍ୟାଙ୍କରେ ୫ ଲକ୍ଷ ଲେଖାଏଁ ମୋଟ ୧୦ ଲକ୍ଷ ଟଙ୍କାର ସ୍ଥାୟୀ ଜମା କରିଥିଲେ । ଯାହା ଅଗଷ୍ଟ ୨୦୨୩ ରେ ମାଚ୍ୟୁରିଟି ହେଇଥାନ୍ତା । ଏହ।ସହ ତାଙ୍କର ଜମା ଖ।ତ।ରେ ୨ ଲକ୍ଷ ୪୫ ହଜାର ଟଙ୍କା ଥିଲା । ଏହି ଦମ୍ପତି ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସିବା ପରେ ତାଙ୍କର ପିକ୍ସ ଡିପୋଜିଟ ୧୦ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା ।

ଅବଶିଷ୍ଟ ଟଙ୍କାକୁ ଫିକ୍ସ କରିବାକୁ ଏହି ଦମ୍ପତି ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ବ୍ୟାଙ୍କ୍ କର୍ମଚାରୀ ଆକାଉଣ୍ଟରେ ଫିକ୍ସ କରିନଥିଲେ । ପରେ ଦମ୍ପତି ଥାନାକୁ ଯିବା ପରେ ସେଠାରେ ଅଭିଯୋଗନ ରଖି ସାଇବର ଥାନାରେ ଅଭିଯୋଗ କରିବାକୁ କହିଲେ । ଏହା ମଧ୍ୟରେ ପାସ ବୁକରେ ଥିବା ଅବଶିଷ୍ଟ ୨ ଲକ୍ଷ ୪୫ ହଜାର ଟଙ୍କା ମଧ୍ୟ ଗାଏବ ହୋଇଯାଇଥିଲା ।