‘ଦ୍ୱିତୀୟ ଶ୍ରେଣୀ ଯାଏଁ ପିଲାଏ ଦେବେନି ଲିଖିତ ପରୀକ୍ଷା’: ମୂଲ୍ୟଙ୍କନ ଚାପକୁ ନେଇ ‘ଏନସିଏଫ’ର ପ୍ରସ୍ତାବ

403

କନକ ବ୍ୟୁରୋ: ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ଦେବେନି ପିଲା । ବାସ୍ତବରେ ଏହା ସମ୍ପୂର୍ଣ୍ଣ ଅନୁପଯୁକ୍ତ ମୂଲ୍ୟାୟନ ପଦ୍ଧତି ଏବଂ ତାହା ୩ୟ ଶ୍ରେଣୀରୁ ଆରମ୍ଭ ହେବା କଥା ବୋଲି ‘ନ୍ୟାସ୍‌ନାଲ୍‌ କରିକୁଲମ୍‌ ଫ୍ରେମ୍‌ୱାର୍କ’ (ଏନ୍‌ସିଏଫ୍‌) ପକ୍ଷରୁ ସୁପାରିସ କରାଯାଇଛି।

‘ଏନ୍‌ସିଏଫ୍‌’ ପକ୍ଷରୁ କୁହାଯାଇଛି ଯେ, ପରୀକ୍ଷା ମୂଲ୍ୟାୟନ ପଦ୍ଧତି ଏଭଳି ହେବା ଆବଶ୍ୟକ ଯେମିତି ତାହା ପିଲାଙ୍କୁ ଅଧିକ ଭାରାକ୍ରାନ୍ତ ନ କରେ। ନୂତନ ‘ଜାତୀୟ ଶିକ୍ଷାନୀତି’ (ଏନ୍‌ଇପି) ଅନୁଯାୟୀ ପ୍ରସ୍ତୁତି କରାଯାଉଥିବା ଏହି ବ୍ୟବସ୍ଥାରେ ପିଲାଙ୍କ ଶିକ୍ଷା ମୂଲ୍ୟାୟନ ପାଇଁ ୨ଟି ପ୍ରସ୍ତାବ ଦିଆଯାଇଛି। ସେ ଦୁଇଟି ପଦ୍ଧତି ପ୍ରାଥମିକ ସ୍ତର ପାଇଁ ଉପଯୁକ୍ତ। ତାହା ହେଉଛି, ପିଲାର

ପର୍ୟ୍ୟବେକ୍ଷଣ ଏବଂ ସେମାନେ ପ୍ରସ୍ତୁତ କରିଥିବା କଳାକୃତିର ବିଶ୍ଳେଷଣ। ଏ ଦୁଇଟିରୁ ପିଲାଙ୍କ ଶିକ୍ଷା ଅଭିଜ୍ଞତା ଜଣାପଡ଼ିବ। ସେହିପରି, ୩ୟରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଲିଖିତ ପରୀକ୍ଷା କରାଇବା ଉଚିତ ବୋଲି ‘ଏନ୍‌ସିଏଫ୍‌’ ପ୍ରସ୍ତାବନାରେ ଉଲ୍ଲେଖ କରିଛି। ଗୁରୁବାର ଦିନ ଶିକ୍ଷାମନ୍ତ୍ରାଳୟ ‘ଏନ୍‌ସିଏଫ୍‌’ର ଏହି ପ୍ରସ୍ତାବକୁ ପ୍ରକାଶ କରିବା ସହ ଶିକ୍ଷାର୍ଥୀ, ଅଭିଭାବକ, ଶିକ୍ଷକ ଏବଂ ଶିକ୍ଷାବିତଙ୍କ ମତାମତ ଲୋଡ଼ିଛି।