ସୁଶାନ୍ତ ସିଂଙ୍କୁ ଝାରସୁଗୁଡା ପର୍ଯ୍ୟବେକ୍ଷକ ତାଲିକାରୁ ବାଦ୍ ଦିଆଯିବାକୁ ନେଇ ତେଜୁଛି ରାଜନୀତି । ବିଜେପି ଆଣିଲା ସାଂଘାତିକ ଅଭିଯୋଗ, ବିଜେଡି ଦେଲା କଡା ଜବାବ ।

296

କନକ ବ୍ୟୁରୋ : ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପର୍ଯ୍ୟବେକ୍ଷକ ତାଲିକାରୁ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବାଦ୍ ଦିଆଯିବାକୁ ନେଇ ବିଜେଡି ଆଡକୁ ଆଙ୍ଗୁଳି ଉଠାଇଛି ବିରୋଧୀ ବିଜେପି । ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡରେ ବିଜେଡି ନେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ଆସୁଥିଲା ବିଜେପି । ଯେଉଁଥିପାଇଁ ପର୍ଯ୍ୟବେକ୍ଷକ ତାଲିକାରୁ ସେହି ନେତାଙ୍କୁ ବାଦ ଦିଆଯାଇଛି ବୋଲି ବିଜେପି କହୁଛି ।

ବିଜେପିର ଏଭଳି ଅଭିଯୋଗକୁ ନେଇ ବିଜେଡି ସାଂସଦ ମହେଶ ସାହୁ କହିଛନ୍ତି, ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଦୃଷ୍ଟିରୁ ଏବଂ କେଉଁ କାରଣ ପାଇଁ ଏଭଳି ନିଷ୍ପତି ନେଇଛନ୍ତି ସେ ହିଁ କହିପାରିବେ । କିଏ କଣ କହୁଛି ତାକୁ ନେଇ କିଛି କହି ହେବ ନାହିଁ । ନବ ଦାସ ହତ୍ୟାକୁ ନେଇ ତଦନ୍ତ ଚାଲିଛି । ବିରୋଧୀ ଦଳ ବହୁତ କଥା କହୁଛନ୍ତି । ଏମିତି କଣ ମାନେ ଅଛି କି, ଯେ ଜଣେ ଆକ୍ଟିଭ ଲୋକଙ୍କୁ ସବୁବେଳେ ସବୁ ଜାଗାରେ ଦାୟିତ୍ୱ ଦିଆଯାଇ ପଠା ହେବ । ବିଜେଡିରେ ସମସ୍ତେ ଦକ୍ଷ ନେତା ଅଛନ୍ତି । ସେ ଅଞ୍ଚଳରେ ଆମର ଆହୁରି ଆକ୍ଟିଭ ଲୋକ ଅଛନ୍ତି । ଏହା ଦଳର ନିଷ୍ପତି ହୋଇଥିବ । ଦଳର ନିଷ୍ପତି ଯାହା କାର୍ଯ୍ୟକର୍ତ୍ତା ତାକୁ ଗ୍ରହଣ କରେ । ସୁଶାନ୍ତ ସିଂଙ୍କର ତ ପ୍ରତିକ୍ରିୟା ନାହିଁ । ବିରୋଧୀ ଦଳ କଣ ଯାହା ପ୍ରତିକ୍ରିୟା ଦେବେ ତାଙ୍କ କଥାରେ ନାଚିବୁ କି ବୋଲି ପ୍ରଶ୍ନ କରିଛନ୍ତି । ଏହାସହ ବିରୋଧୀ ଦଳ କଣ ଜଜ୍, ସେ ଯାହା କହିବେ ତାଙ୍କ କଥାରେ ସବୁ ଚାଲିବ ବୋଲି କହିଛନ୍ତି ମହେଶ ସାହୁ ।