ମୁମ୍ବାଇ ହତ୍ୟାକାଣ୍ଡ ମାମଲାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ: ଲିଭ୍-ଇନ୍ ନୁହେଁ, ବିବାହ କରିଥିଲେ ମୃତକ ଓ ହତ୍ୟାକାରୀ

988

କନକ ବ୍ୟୁରୋ: ମୁମ୍ବାଇ ମୀରା ରୋଡ ହତ୍ୟାକାଣ୍ଡରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ମୃତକ ସରସ୍ୱତୀ ବୈଦ୍ୟ ଓ ଅଭିଯୁକ୍ତ ହତ୍ୟାକାରୀ ମନୋଜ ସାନେ ଲିଭ୍-ଇନରେ ରହୁନଥିଲେ ବରଂ ବିବାହ କରିଥିଲେ । ହେଲେ ବୟସଗତ ପାର୍ଥକ୍ୟ ପାଇଁ ଏକଥା ଲୁଚାଇ ରଖିଥିଲେ । ଏହି ମାମଲାର ତଦନ୍ତ କରୁଥିବା ପୋଲିସ୍ ଅଧିକାରୀ ଏହା କହିଛନ୍ତି । ମୃତକ ସରସ୍ୱତୀ ତାଙ୍କର ୩ ଭଉଣୀଙ୍କ ସହ ଲଗାତର କଥା ହେଉଥିଲେ । ତଦନ୍ତ ଚାଲିଥିବା ବେଳେ ସରସ୍ୱତୀଙ୍କ ୩ ଭଉଣୀଙ୍କ ବୟାନ ରେକର୍ଡ କରାଯାଇଛି । ଏହାସହ ଡିଏନଏ ପରୀକ୍ଷା ମଧ୍ୟ କରାଯାଉଛି । ଫରେନସିକ ପରୀକ୍ଷା ପରେ ମୃତଦେହକୁ ଭଉଣୀମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ୍ କହିଛନ୍ତି । ସେପଟେ ଅଭିଯୁକ୍ତ ମନୋଜକୁ ଆଜି ପୁଣି ପଚରାଉଚରା କରିଛି ପୋଲିସ୍ ।