ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରି ଲାଭବାନ । ଘରୋଇ କମ୍ପାନୀ ଚାକିରି ଛାଡ଼ି ମାଛ ଚାଷ କରୁଛନ୍ତି ନୟାଗଡ଼ର ମିଥୁନ ମିଶ୍ର ।

208

କନକବ୍ୟୁରୋ: ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରି ସ୍ୱାବଲମ୍ବୀ ହେଲେ ଯୁବକ । ନୟାଗଡ଼ ସହର ଉପକଣ୍ଠ ଉଦୟପୁର ଗାଁର ମିଥୁନ ମିଶ୍ର । ଦିନେ ଏକ ଘରୋଇ କମ୍ପାନୀରେ ଚାକରି କରୁଥିଲେ । ହେଲେ ଭଲ ରୋଜଗାର କରବା ପାଇଁ ଚାକିରି ଛାଡ଼ି ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରୁଛନ୍ତି । ତାଙ୍କ ଚାଷ ଏବେ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛି । ମାଛ ଚାଷ ବିଷୟରେ କିଛି ଜ୍ଞାନ ନଥିବାରୁ ପ୍ରଥମେ ପ୍ରଥମେ କ୍ଷତି ସହିବାକୁ ପଡ଼ିଥିଲା । ପରେ ଏହି ଚାଷରୁ ତାଙ୍କୁ ଆଶାନୁରୁପକ ଲାଭ ମିଳୁଛି ।

୨୦୨୦ରୁ ଆରମ୍ଭ ହୋଇଥିବା ଏହି ଚାଷ ଆଗେଇ ଚାଲିଛି । ମାଛଙ୍କୁ ଠିକ ସମୟରେ ଖାଦ୍ୟ ଦେବା, ପାଣିର ମାନ ଯାଂଚ କରିବା ଭଳି କାମ କରନ୍ତି ମିଥୁନ । ଏହି କାମରେ ତାଙ୍କୁ ତାଙ୍କ ପରିବାର ଲୋକମାନେ ବି ଭରପୁର ସହାୟତା କରୁଛନ୍ତି । ଗୋଟିଏ ୟୁନିଟରୁ ବର୍ଷକୁ ୪ ଥର ମାଛ ଧରା ହେଉଛି । ଥରକେ ୫୦ରୁ ୬୦ କେଜି ମାଛ ଧରୁଛନ୍ତି ମିଥୁନ । ଆଉ ସେହି ମାଛକୁ ସ୍ଥାନୀୟ ଅଂଚଳ ସହ ଖୁଚୁରା ବ୍ୟବସାୟୀଙ୍କୁ ମଧ୍ୟ ବିକ୍ରି କରୁଛନ୍ତି । ମାନିଲା ପ୍ରଜାତିର ଏହି ସ୍ୱାଦିଷ୍ଟ ମାଛ କିଣିବାକୁ ସ୍ଥାନୀୟ ଅଂଚଳର ଲୋକମାନଙ୍କ ମଧ୍ୟରେ ରହିଛି ଢେରା ସାରା ଉତ୍ସାହ ।

ମିଥୁନଙ୍କ ମାଛ ଚାଷ କରିବାର ପ୍ରଣାଳୀ ଏବେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛି । ନୂଆ ପ୍ରାଣାଳୀରେ ମାଛ ଚାଷ କରୁଥିବାରୁ ଏହି ଚାଷ ବିଷୟରେ ଜାଣିବା ପାଇଁ ସ୍ଥାନୀୟ ଅଂଚଳର ଲୋକଙ୍କ ଭିତରେ ଆଗ୍ରହ ବଢ଼ୁଛି ।