କୋରାପୁଟ ପାତାଳି ନଦୀରେ ଡଙ୍ଗାବୁଡ଼ି ଘଟଣା । ନିଖୋଜ ୪ ଜଣଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ, ଗତକାଲି ଯାଇଥିଲା ଜଣଙ୍କ ଜୀବନ

124

କନକ ବ୍ୟୁରୋ : କୋରାପୁଟରେ ପାତଳୀ ନଦୀରେ ଡଙ୍ଗା ବୁଡି ଘଟଣା । ନିଖୋଜ ଥିବା ୪ ଜଣଙ୍କୁ ମୃତଦେହ ଆଜି ଉଦ୍ଧାର କରାଯାଇଛି । ଓଡ୍ରାଫ ଟିମ୍ ଓ ନନ୍ଦପୁର ଅଗ୍ନିଶମ ବିଭାଗ ଦ୍ୱାରା ନଦୀରୁ ନିଖୋଜ ୪ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଆଜି ଶଶିରେଖା ଆର୍ଲବ, ନବିନା ଆର୍ଲବ, ପୁଷ୍ପାଞ୍ଜଳି ଆର୍ଲବ ଓ କ୍ରାନ୍ତି ସୀସାଙ୍କ ମୃତଦେସହ ଉଦ୍ଧାର କରାଯାଇଛି । ଗତକାଲି ତାନସିଂ ଘାଟ ନିକଟରେ ଲାଲ୍ମଣି ସୀମାଙ୍କ ମର ଶରୀର ଭାସୁଥିବା ବେଳେ ମରଶରୀର ଉଦ୍ଧାର କରାଯାଇଥିଲା । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କୁଲାରସିଂ ପଂଚାୟତର ତାନସିଂ ଗାଁର ୩ ମହିଳା ଏବଂ ଦୁଇ ନାବାଳିକା ଏକ ଦେଶୀ ଡଙ୍ଗାରେ ବାଡ଼େଲା ଗାଁକୁ ଏକ ବାହାଘରରେ ଯୋଗ ଦେବାକୁ ଯାଇଥିଲେ । ନିଜ ଗାଁକୁ ଫେରିବା ସମୟରେ ଡଙ୍ଗାଟି ପାତାଳୀ ନଦୀରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।