ମିଶନ ଗଗନଯାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଇସ୍ରୋ ମୁଖ୍ୟ ଓ ଅନ୍ୟ ବୈଜ୍ଞାନିକଙ୍କ ସହ ବିସ୍ତୁତ ଆଲୋଚନା କଲେ ମୋଦୀ

63

କନକ ବ୍ୟୁରୋ : ମିଶନ ଗଗନଯାନକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଇସ୍ରୋ ମୁଖ୍ୟ ଓ ଅନ୍ୟ ବରିଷ୍ଠ ବୈଜ୍ଞାନିକଙ୍କୁ ନେଇ ବସିିଥିବା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା କରାଯିବା ସହ ନିଷ୍ପତି ନିଆଯାଇଛି ।୨୦୩୫ ସୁଦ୍ଧା ମହାକାଶରେ ଭାରତ ଖୋଲିବ ସ୍ପେଶ ଷ୍ଟେସନ ଓ ୨୦୪୦ ସୁଦ୍ଧା ମହାକାଶକୁ ଯିବେ ମହାକାଶଚାରୀ । ଏନେଇ ଲକ୍ଷ୍ୟ ରଖାଯାଇଥିବା ସମୀକ୍ଷା ବୈ÷ଠକରେ କୁହାଯାଇଛି । ଗଗନଯାନ କାର୍ଯ୍ୟ ବିଷୟରେ ତଦାରଖ କରିଛନ୍ତି ମୋଦୀ । ମହାକାଶ ଗବେଷଣା କ୍ଷେତ୍ରରେ ଭବିଷ୍ୟତ ଯୋଜନା ଗୁଡିକ ଉପରେ ମଧ୍ୟ ଆଲୋଚନା କରାଯାଇଛି । ଗଗନଯାନରେ ବ୍ୟବହୃତ ବୈଷୟିକ ଜ୍ଞାନକୌଶଳ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ବୈଜ୍ଞାନିକ । ଅକ୍ଟୋବର ୨୧ ତାରିଖରେ ଗଗନଯାନ ପାଇଁ ପ୍ରଥମ ପରୀକ୍ଷଣ କରାଯିବ । ଗଗନଯାନ ପଠାଇବା ପୂର୍ବରୁ ୨୦ଟି ବଡ ଟେଷ୍ଟ କରାଯିବ । ଚନ୍ଦ୍ରଯାନ-୩ ଓ ମିସନ ସୂର୍ଯ୍ୟ ସଫଳ ପରେ ଗଗଯଯାନ ପାଇଁ ବିଭିନ୍ନ ଲକ୍ଷ୍ୟ ସ୍ଥିର କରାଯାଉଛି ।