ରୁଷ-ୟୁକ୍ରେନ ଏବଂ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଭିତରେ ପୁଟିନଙ୍କ ଚୀନଗସ୍ତ । କାରଣ ଉପରେ ରହିଛି ସାରା ବିଶ୍ୱର ନଜର

162

କନକ ବ୍ୟୁରୋ : ଚୀନ ଗସ୍ତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ବିଆରଆଇ ବୁଧବାର ଚୀନ ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ । ରୁଷ-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ପୁଟିନଙ୍କ ଚୀନ ଗସ୍ତ ଉପରେ ସାରା ବିଶ୍ୱର ନଜର ରହିଛି । ଚୀନ ସହ ସର୍ମ୍ପକ ମଜବୁତ ସହ ପାଶ୍ଚାତ୍ୟ ଦେଶ ବିରୋଧରେ ଶକ୍ତିଶାଳି ମେଂଟ ପାଇଁ ଜିନ ପିଙ୍ଗଙ୍କ ସହ ପୁଟିନ କରିପାରନ୍ତି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।

ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଆର୍ନ୍ତଜାତୀୟ କ୍ରିମିନାଲ କୋର୍ଟ ପୁଟିନଙ୍କ ବିରୋଧରେ ଗତବର୍ଷ ମାର୍ଚ୍ଚ ମାସରେ ଆରେଷ୍ଟ ୱାରେଂଟ ଜାରି କରିଥିଲେ । ଗତ ଦେଢବର୍ଷ ମଧ୍ୟରେ ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ଛାଡିଲେ ଏହା ପୁଟିନଙ୍କ ପ୍ରଥମ ବିଦେଶ ଗସ୍ତ । ଏପରିକି ଅଗଷ୍ଟରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ଏବଂ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଆୟୋଜିତ ଜି-୨୦ ସମ୍ମିଳନୀରୁ ମଧ୍ୟ ପୁଟିନ ନିଜକୁ ଦୂରେଇ ରଖିଥିଲେ ।