ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶକୁ କଂଗ୍ରେସର ପ୍ରତିଶ୍ରୁତି । କ୍ଷମତାକୁ ଆସିଲେ ସମସ୍ତଙ୍କୁ ମିଳିବ ୨୫ଲକ୍ଷ ଟଙ୍କାର ବୀମା ….

444

କନକ ବ୍ୟୁରୋ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ନିର୍ବାଚନ ଇସ୍ତାହାର । ରାଜ୍ୟବାସୀଙ୍କ ପାଇଁ ରହିଛି ଭଳିକି-ଭଳି ପ୍ରତିଶ୍ରୁତି । ଦଳ କ୍ଷମତାକୁ ଆସିଲେ ମଧ୍ୟପ୍ରଦେଶରୁ ଆଇପିଏଲ ଟିମ୍ ଗଠନ ସହ ରାଜ୍ୟରେ କରାଯିବ ଜାତିଭିତିକ ଜନଗଣନା । ସେପଟେ କଂଗ୍ରେସର ଏହି ନିର୍ବାଚନୀ ଇସ୍ତାହାର ପତ୍ରକୁ ମହାମିଛ ପତ୍ର କହି ସମାଲୋଚନା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଶିବରାଜ କହିଛନ୍ତି କଂଗ୍ରେସ କେବଳ ପ୍ରତିଶ୍ରୁତି ଦେବା ଜାଣେ ପୁରଣ କରେନି । ୫ବର୍ଷ ପୂର୍ବରୁ ଦେଇଥିବା ୯୦୦ପ୍ରତିଶ୍ରୁତିରୁ ୯ଟି ପ୍ରତିଶ୍ରୁତି ମଧ୍ୟ କଂଗ୍ରେସ ପୂରଣ କରିନଥିବା କହିଛନ୍ତି ଶିବରାଜ ।