ନବରଙ୍ଗପୁର ଚନ୍ଦାହାଣ୍ଡିରେ ଶବକୁ ମିଳିଲାନି ସମ୍ମାନ । ୮ କିଲୋମଟିର ମୃତଦେହକୁ କାନ୍ଧରେ ବୋହିଲେ ପରିବାର ଲୋକେ

157

କନକ ବ୍ୟୁରୋ : ଶବକୁ ମିଳିଲାନି ସମ୍ମାନ । ଶବକୁ ଦୀର୍ଘ ୮ କିଲୋମିଟର କାନ୍ଧରେ ବୋହିଲେ ପରିବାର ଲୋକେ । ଏଭଳି ଅଭିଯୋଗ ଆସିିଛି ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ଗାଁରେ । ସୂଚନା ଅନୁସାରେ, ଶରଧାପୁର ଗାଁର ନରେନ୍ଦ୍ର ମାଝିଙ୍କ ସ୍ତ୍ରୀ ଦେଓଲୀ ମାଝି ଅସୁସ୍ଥ ହୋଇପଡିଥିଲେ । ଚିକିତ୍ସା ପାଇଁ ତାଙ୍କୁ ଚନ୍ଦାହାଣ୍ଡି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଆଉ ତାଙ୍କର ମୃତ୍ୟୁ ହେବା ପରେ ପରିବାର ଲୋକେ ଶବ ବାହକ ଗାଡିକୁ ଯୋଗାଯୋଗ କରିଥିଲେ । କିନ୍ତୁ ଦୀର୍ଘ ୩ ଘଂଟା ପରେ ବି କୌଣସି ଗାଡି ଆସିନଥିଲା । ଶେଷରେ ବାଧ୍ୟ ହୋଇ ପରିବାର ଲୋକେ ଶବକୁ କାନ୍ଧରେ ବୋହି ୮ କିଲୋମିଟର ଦୂର ଶରଧାପୁର ଗାଁକୁ ନେଇଥିଲେ । ସେପଟେ ଏ ନେଇ ସଂପୃକ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ସଂପୃକ୍ତ ଡାକ୍ତର କହିଛନ୍ତି, ମେଡିକାଲ ଆସିବା ପୂର୍ବରୁ ଦେଓଲୀ ମାଝିଙ୍କ ମୃତ୍ୟୁ ହୋଇଥିଲା । ତେଣୁ ଶବ ବ୍ୟବଚ୍ଛେଦ କରିବା ପାଇଁ କହିବା ପରେ ପରିବାର ଲୋକେ ଅପେକ୍ଷା ନ କରି ମେଡିକାଲ କର୍ତୃପକ୍ଷଙ୍କ ଅଜାଣତରେ ଶବକୁ ଘରକୁ ନେଇଯାଇଥିଲେ ।